ଶରତ ସକାଳ
ଶରତ ସକାଳ
ବିନ୍ଦୁଏ କାକର ଆଖିରେ ପଡୁନି
ଶୁଭୁନାହିଁ ହରିନାମ
କଅଁଳ ଖରାରେ ଚମକୁନି ଘାସ
ଦେଉନି ମୁକ୍ତାର ଭ୍ରମ I
ଅଳସ ଭାଙ୍ଗିଲେ ଶରତ ସକାଳ
ଶିହରଣ ନାହିଁ ଦେହେ
କାଶତଣ୍ଡୀ ବଣେ ହଜୁନାହିଁ ମନ
ଆଖି ଭରିଯାଏ ଲୁହେ I
ରଜନୀଗନ୍ଧାର ସୁବାସରେ ମନ
ବାଉଳା ହୁଏନି କିଆଁ
ଶରତ ଗଢେନି ପ୍ରୀତିର ଉଆସ
ଦେହେ ଲଗାଏନି ନିଆଁ I
ମାଆ ଆସୁଛନ୍ତି ସରଗପୁରରୁ
ଖୁସିରେ ଭରୁନି ମନ
ଅଶୀଣରେ ଖାଲି ଖୋଜିହୁଏ ମନ
ସେଇ ଧାରା ଶିରାବଣ I