Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Fantasy

4  

Bijay Prusty

Fantasy

ସଜ ଗୋଲାପ

ସଜ ଗୋଲାପ

1 min
548



ଶିଶିର ଲେଖିଲା ଗୋଲାପ ଦେହରେ

ପ୍ରୀତିର ଅବୁଝା ଭାଷା

ଶେଫାଳୀର ଆଖି ଜଳି ଉଠୁଥିଲା

ଜାଳୁଥିଲା ତାକୁ ଇର୍ଷା I


ଅନ୍ଧାରର କଳା ପଣତ ତଳେ ସେ

ପିନ୍ଧିଥିଲା ଶୁଭ୍ର ବାସ

ଚତୁର୍ଦ୍ଦିଗେ ତାର ସୁବାସ ଛୁଟାଇ

ଡାକୁଥିଲା ପାଖେ ଆସ I


ଉଜାଗରେ ରାତି ପାହି ଯାଉଥିଲା

ଭ୍ରମର ଆସେନି ପାଶେ

ପ୍ରୀତିର ଆକାଶେ ଆଶ୍ୱୀନର ରଙ୍ଗ

ତା ଆଖିକୁ ଫିକା ଦିଶେ I


ଝରିଯାଏ ଯେବେ ଶେଫାଳୀର ଶିରୀ

ରାତି ଆସେ ପାହି ପାହି

ଚେଇଁ ଉଠିଲାଣି ଗୋଲାପ କଳିକା

ଆଖି ବୁଜିଲାଣି କଇଁ I

         


Rate this content
Log in