Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Classics Fantasy Inspirational

4  

Bharatabandhu Biswal

Classics Fantasy Inspirational

ଫୁଲ ବଉଳବେଣୀ

ଫୁଲ ବଉଳବେଣୀ

1 min
546



କୁଆଁର ପୂନେଇ ଜହ୍ନ ଗୋ ଫୁଲ ବଉଳବେଣୀ

କୁଆଁରୀ ମାନଙ୍କ   ବଡ଼ ପରବକୁ 

   ହେବା ଆସ ସଜବାଜ ଗୋ

      ସୁନା ଭଉଣୀ ।


ପୂଜା ଥାଳି ଧରି   ଆସିବ ମିତଣୀ

    ଫଳ ପୁଷ୍ପ ଖଇ ଗୁଆ

ଟେକିବା ଅଞ୍ଜଳି   ସୂରୁଜ ଦେବଙ୍କୁ

   ଭାଙ୍ଗିବା ଶୁଭ ନଡ଼ିଆ

   ମନେ ମନେ ହେବା ଗୁଣି

ଇନ୍ଦୁ ପୂର୍ଣ୍ଣିମାର   ଶୁଭ ଜହ୍ନି ଓଷା

  ଭାଦ୍ରବ ମାସରେ ଜାଣି ।

କୁଆଁର ପୂନେଇ ଜହ୍ନ ଗୋ


ମୁହଁ ସଞ୍ଜ ବେଳେ  ଚଉରା ମୂଳରେ

    ଚାଉଳ ପିଠଉ ନେଇ

ଜହ୍ନି ଫୁଲେ କୋଠି  ତିଆରି କରିବା

    ଶୁଭ କଳସ ବସାଇ

   ଉଇଲେ ଶରଦ ଶଶୀ

ମନ ଆନନ୍ଦରେ  ଗାଇବା ମିଶିକି

  ମିତଣୀ ବଉଳବେଣୀ ।

କୁଆଁର ପୂନେଇ ଜହ୍ନ ଗୋ


କୁଆଁର ପୂନେଇ  ଜହ୍ନ ଷୋଳକଳା

    ସୁନ୍ଦର ଶୀତଳ ପୂର୍ଣ୍ଣ

ସାକ୍ଷାତ କୁମାର  ଦେବ କାର୍ତ୍ତିକେୟ

    ପ୍ରେମମୟ ଶିରୀ କୃଷ୍ଣ

   ତାଙ୍କ ରୂପ ମନେ ଚିନ୍ତି

ଅରପିବା ଅର୍ଘ୍ୟ  ପୂଜାର ନୈବେଦ୍ୟ

   କାମନା ହୋଇବ ସିଦ୍ଧି ।

କୁଆଁର ପୂନେଇ ଜହ୍ନ ଗୋ


ହୁଏ ଛନ୍ନ ଛନ୍ନ  କୁଆଁରୀଙ୍କ ମନ

    ରାତି ହୋଇ ଉଜାଗର

ମାତିଯିବା ପୁଚି  ଲୁଚକାଳି ଖେଳେ

   ସଙ୍ଗୀତ ନୃତ୍ୟ ଆସର 

   ସକାଳୁ ଗାଧୋଇ ସାରି

ଖୋଜିବା ପାଣିରୁ  ମଙ୍ଗଳ ସଙ୍କେତ

    ମନସ୍କାମ ଯିବ ପୂରି ।

କୁଆଁର ପୂନେଇ ଜହ୍ନ ଗୋ


Rate this content
Log in