STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ପାର୍ବଣେ ଦଶଭୂଜା

ପାର୍ବଣେ ଦଶଭୂଜା

1 min
559


ଦେବୀ ଷୋଳପୂଜା    ପାଇଁ ସାଜ ସଜା

ହୋଇ ଧରିତ୍ରୀ ସୁନ୍ଦର

ପାର୍ବଣ ଲଗନ    ଦେବୀ ଷୋଳଦିନ

ଷୋଳ ପୁଜା ଉପଚାର

ଧରି ୟେ ଶରତ କାଳ

ହେଲା ଉପଗତ   ସତେକି ଶୋଭିତ

ବନ ଅଳକା ପୁରୀର ।।


ମଣିମୟ ବେଦୀ  ପରେ ମହାଦେବୀ

ସଙ୍ଗେ ସର୍ବ ସୁରଗଣ

ହସ୍ତେ ଶୂଳ ଶକ୍ତି  ବିଜେ କରିଛନ୍ତି  

ହୋଇ ଧରାବତରଣ

ପୁଲକିତ ମନ, ପ୍ରାଣ

ଅୟି ଦେବଦେବୀ   ପରମ ବୈଷ୍ଣବୀ

କର ମହିଷା ମର୍ଦ୍ଦନ ।।


ଟମକ ନିଶାଣ  ବାଜେ ଘନ ଘନ

ବାଜଇ ଯୋଡ଼ି ମହୁରୀ

ହରିବୋଲ “ହୁଳ-  ହୁଳି” ରେ ଉଛୁଳି

ଯାଉଅଛି ତିନି ପୁରୀ

ବୈଦିକ ମନ୍ତ୍ରକୁ ସ୍ମରି

ପଣ୍ଡିତ ବ୍ରାହ୍ମଣେ  ମନ୍ତ୍ର ଆବହନେ 

ଆସ ଦେବୀ ଅବତରୀ ।।


ତବ ଆଗମନେ   ଉତ୍ସୁକ ନୟନେ

ନର, ଗନ୍ଧର୍ବ, କିନ୍ନର

ଅୟି ଶୈଳସୁତା  ଧୁର୍ଜଟି ବନିତା

ଦୁଃଖ, ଶୋକ ଦୂର କର

ଦୋଦୁଲ୍ୟମାନ ଅସ୍ଥିର

ହେଉଅଛି ମହୀ  ଆଗୋ ଦୟାମୟୀ

ଏଥିରୁ ଉଦ୍ଧାର କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy