ଧାନ କିଆରୀର ଧାରେ
ଧାନ କିଆରୀର ଧାରେ
ଅନନ୍ତ ଆକାଶୁ ଖସୁ ଖସୁ ଶ୍ୱେତ ବାଦଲଗୁଡିକ
ଦୃଶ୍ୟମାନହେଲା ତହିଁ ଧୂଆଁ ର ଆସ୍ତରଣ
ମନେହେଲା ବୋଧେ ଫେରୁଛି ଶରତ,
କାଶତଣ୍ଡିଗୁଡା ବି ଉଡିଯାଇଥିଲେ ମଳୟଛୁଆଁରେ ।
ସମୟ ବି ଅତିକ୍ରାନ୍ତ ଚାରିଆଡ଼େ ନିର୍ମଳ ପରିବେଶ
ଧାନ କିଆରୀର ଧାରେ ଧାରେଦୁଲକା ପବନଟାଏ
ଆସି କ୍ଷଣେ କ୍ଷଣେ ଖନ୍ ଖନ୍ ଖସ୍ ଖସ୍ ଶବଦକରେ
ହିଡର ଧାରେ ଧାରେ ପଗଡି ଭିଡି ନିଧିଆ ଜେଜେ
ଦାଆରେ ଘାସଗୁଡା କାଟୁଥାଏ ।
ସୂର୍ଯ୍ୟାସ୍ତର ସମୟ ବହଇ ଥଣ୍ଡା ପବନ
ତୀଖ୍ଣ ଖଡ୍ଗଗୁଡିକ ଆଉଜି ପଡନ୍ତି ପରସ୍ପର ଉପରକୁ
ଖନ୍ ଖନ୍ ଶବଦ କରି ତ କେବେ ନୂପୁରତାନେ ନାଚି
ବୋଧ୍ ହୁଏ ସେମାନେ ପରସ୍ପରକୁ ରକ୍ଷାକରନ୍ତି
କି ବନ୍ଧୁତାର ସୁଭାରମ୍ଭ କରନ୍ତି?
ଜଣା ନାହିଁ ସେମାନଙ୍କ ସମ୍ବନ୍ଧରେ
ମାତ୍ର ନଇଁଯାଇ ସେ କରନ୍ତି ସ୍ୱାଗତ ପ୍ରକୃତିକୁ।
କ୍ରମେ ବହିଆସେ ଥଣ୍ଡା ପବନ
ଲୋମଟାଙ୍କୁରି ଉଠେ ତା ଛୁଆଁ ରେ
ନହକା ଧାନଗଛଗୁଡା ଗର୍ଭବତୀ ହୁଅନ୍ତି
ପ୍ରକୃତି ପୂରି ଉଠେ ଶସ୍ୟଶ୍ୟାମଳାହୋଇ
ଶେଷ ସ୍ପର୍ଶରେ, କୃଷକର ଜୀବନ
ସେଇ ଧାନକିଆରୀର ଧାରେ ନାଚିଉଠେ
ସୂରଜ କିରଣରେ ଦେଖି ସ୍ୱର୍ଣ୍ଣଧାନର ବିଭାକୁ ।
