STORYMIRROR

Sadananda Sahoo

Fantasy Inspirational

4  

Sadananda Sahoo

Fantasy Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
570


ଆଧୁନିକ ନାରୀ ପ୍ରିୟର ସବୁରି

ପ୍ରଗତୀର ରାଜରାଣୀ  

ଶିକ୍ଷାଦୀକ୍ଷା ଲଭି ଆଗେରେ ସେ'ଅଛି

ଇତିହାସ ରଚିଲାଣି  !!

ଅବଳା ଦୁର୍ବଳା ନୁ6ହଁ ନାରୀ ଜମା

ପୁରୁଷର. ସମକକ୍ଷ.   

ପରିଚୟ ତା'ର ସ୍ଵତନ୍ତ୍ର ନିଶ୍ଚୟ

ହୃଦୟ ନୁହଁଇ ରୁକ୍ଷ.  !! 

ଅନ୍ୟାୟ ବିରୁଦ୍ଧେ ନାରୀ ଲଢ଼ିପାରେ

ଶକ୍ତି ରୂପେଣ ସଂସିତା 

ଅଧୁନା ସମାଜେ ନାରୀ ହିଁ ସର୍ବାଗ୍ରେ

ମାତୃଶକ୍ତି ସଦା ପ୍ରୀତା  !! 

ଘରୁ ଗୋଡକାଢି ସଜାଡ଼ି ଦେଲାଣି

ସମାଜର ଦୁଃସ୍ଥ ଚିତ୍ର  

ସଂକୀର୍ଣ୍ଣତା ଠାରୁ ବହୁତ ଉର୍ଦ୍ଧ୍ବରେ

ନାରୀହିଁ ପ୍ରକୃଷ୍ଟ ମିତ୍ର.    !! 

ସହ ଭାଗିତାର ନୂଆ ପରିଚୟ

ବୈପ୍ଳବିକ ଧାରା ନାରୀ   

ପ୍ରତିଟି କ୍ଷେତ୍ରରେ ପଦଚିହ୍ନ ଥାପେ

ସଙ୍କଟରୁ କରେ ପାରି   !! 

ରୋଷେଇ ଶାଳରୁ ସଂସଦ ଭବନ

ସବୁଠାରେ ଉପସ୍ଥିତି  

କବାଟ କଣର ନୁହଁ ଏ'ଜୀବନ

ବଦଳି ଗଲାଣି ସ୍ଥିତି   !! 

ପ୍ରତିରକ୍ଷା କ୍ଷେତ୍ରେ ନାରୀ ରଣାଙ୍ଗନେ

ନିର୍ଭିକତାର. ସନ୍ଦେଶ. 

ଏହା ଠାରୁ ବଳି ଆଉକିବା ଅଛି

ପରିଚୟ ଅବକାଶ.  !! 

ଜଳ ସ୍ଥଳ ବନ ଗିରି ଆକାଶରେ

କର୍ମ କରେ ଆଗଭରେ  

କୋମଳ ପାଦରେ ଗିରି ଲଂଘେ ସତେ

ବିନା ଦ୍ଵିଧା ଆଶଙ୍କାରେ   !!

ଅଥଳ ସାଗରେ ମଣି ମୁକ୍ତା ଖୋଜେ

ଜୀବନକୁ ତା'ର ମୁର୍ଚ୍ଛି  

ମହାଆକାଶରେ ନାରୀ ଉଡିବୁଲେ

ବିମାନ ଚାଳିକା ସାଜି   !!

ସମାଜେ ସୁଲଭ ପରିବାର ଚିତ୍ର

ନାରୀର ବିଶିଷ୍ଟ ଦାନ  

ସମର୍ପଣ ଭାବ ସତରେ ବିଚିତ୍ର

ଉଦାରରେ ପୂର୍ଣ୍ଣ ମନ   !! 

ଆଧୁନିକ ନାରୀ ଶିକ୍ଷା ସରାଗିନି

ସଫଳତା ସୌଭାଗିନୀ  

ସୁପ୍ରଶାସିକା କଲ୍ୟାଣୀ ସେବିକା

ଦରଦୀ ହୃଦୟୀ ଜାଣି  !! 

କିଅବା ଲେଖିବି କେତେବା କାହଣୀ

ଦିବାନିଶି ହୁଏ ଭାଳି  

ଯେତେବି ଲେଖିଲେ ଊଣାହବ ସତେ

 କଲମରେ ନାହିଁ କାଳି  !!

ଆଧୁନିକ ନାରୀ ପ୍ରଗତୀ ସଙ୍ଗିନୀ

କରୁଛି କୋଟି ପ୍ରଣାମ.  

ଅନ୍ଧ ବିଶ୍ଵାସକୁ ପ୍ରତିହତ କର  

କା'ମନେ ନରହୁ ଭ୍ରମ.  !! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy