Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Fantasy

4  

Jagannath Barik

Fantasy

ସାଗର ବେଳାରେ ଜହ୍ନ

ସାଗର ବେଳାରେ ଜହ୍ନ

1 min
503


ବର୍ଷଣ ଶ୍ରାବଣ  ପୌର୍ଣ୍ଣମାସୀ ଜହ୍ନ

   ଖେଳୁଛି ନୀରଦମାଳେ

ନୀଳମ୍ବୁ ସମ୍ରାଟ  ଧରି ଊର୍ମି ଥାଟ

   ନୃତ୍ୟରତ ତାଳେ ତାଳେ |


ଥାଇ ସିନ୍ଧୁକୂଳେ  ଶୁଭ ଅନୁକୂଳେ

   ନୈସର୍ଗିକ ଶୋଭାରାଶି

କରି ସଂଦର୍ଶନ   ପୁଲକିତ ମନ 

   କଳ୍ପନାରେ ଗଲି ଭାସି |


ଚନ୍ଦ୍ରିକା ଚର୍ଚ୍ଚିତା   ଯାମିନୀ ଭୂଷିତା

   ଘନକୃଷ୍ଣ ମେଘାମ୍ବରେ

ନଭେ ବାରିବାହେ  ପବନ ପ୍ରବାହେ

   ପ୍ରଧାବିତ ଅନମ୍ବରେ |


ଜଳ ଜଳଦର   ଶୁଭ ମିଳନର

   ଦୃଶ୍ୟ ଦୃଷ୍ଟ ଦିଗବଳୟେ

ରସା ଆକାଶର  ଉନ୍ମତ୍ତ ଆସର

   ପରିସ୍ଫୁଟ ପରିଣୟେ |


ନିସର୍ଗ ସୁନ୍ଦରୀ  ଶୋଭା ଅର୍ଘ୍ୟ ଧରି

   କରୁଥାଏ ବନ୍ଦାପନା

କଳାନିଧି ଅବ୍ଧି   ଅଙ୍ଘ୍ରି ଅବ୍ଜ ବନ୍ଦି

   ମଣଇ ନିଜକୁ ଧନ୍ୟା |


ବର୍ଣ୍ଣିଳ ମୁଦିରେ   ଖେଳଇ ବିଧିରେ

   ଲୁଚକାଳି ପର୍ବ ଇନ୍ଦୁ

ଲୁଚିଗଲେ ଛାୟା   ବିସ୍ତାରଇ କାୟା

  ଭୟଙ୍କର ଦିଶେ ସିନ୍ଧୁ |


ହୋଇଲେ ପ୍ରକାଶ  ରଜତାସ୍ୟ ହାସ୍ୟ

   ଜ୍ୟୋତ୍ସ୍ନା ହୁଏ ବିଛୁରିତ

ଉଦବେଳିତ ମତି  ସେ ସରିତପତି

  ଉଲ୍ଲୋଳ ଲୋଳେ ଧାବିତ |


ବାତ୍ସଲ୍ୟ ସ୍ନେହର  ନାହିଁ ପଟାନ୍ତର

   ଏ ଦୃଶ୍ୟ ଅତି ବିରଳ

ଲଙ୍ଘି ବେଳାଭୁଇଁ   ଚାନ୍ଦିନୀକୁ ଛୁଇଁ

   ଗରଜଇ ଅବିରଳ |


ଜଳେ ପ୍ରତିଫଳି  ଉଠଇ ଉଜ୍ଜଳି

  କୌମୁଦୀ ମାର୍ଜିତ କାନ୍ତି

ସାଗର ସତ୍କୃତ   ସାଗରଜ କୃତ୍ୟ

   ମନେ ଭରିଦିଏ ଶାନ୍ତି |


ଏ ଅମୃତ ସ୍ୱାଦ  ଲଭି ମୁଁ ଆହ୍ଲାଦ

  ଧରିବାକୁ ଚାନ୍ଦ କରେ

କଲି ଆବାହନ  ଶଶକ ଲାଂଛନ

  ହସୁଥିଲେ ସୁଧାଧରେ |


ଦୂର ଚକ୍ରବାଳୁ   ଘନ ଅନ୍ତରାଳୁ

  ମେଘ ମହ୍ଲାର ନିସ୍ୱନ

ସହ ସମତାଳ  ଦେଇ ପାରାବାର

  କରେ ଘୁ ଘୁ ଗରଜନ |


ବଳଦେବ ଜନ୍ମ  ଏ ରକ୍ଷାବନ୍ଧନ

   ଗୋ-କୁଳ ପୂଜାବସରେ 

ରହି ଶ୍ରୀକ୍ଷେତ୍ରରେ  ଶଙ୍ଖନାଭିସ୍ଥଳେ

   ନୀଳାଚଳନାଥ ସ୍ମରେ |



Rate this content
Log in

Similar oriya poem from Fantasy