ଶାରଦୀୟ ଶରତ
ଶାରଦୀୟ ଶରତ
ଶାରଦୀୟ ଶରତରେ ଶୋଭାର ଭଣ୍ଡାର
ହସେ ଶୁଭ୍ର କାଶତଣ୍ଡୀ ସ୍ବପ୍ନରେ ବିଭୋର
ସମୟର ନଈଧାରେ ଭ୍ରାନ୍ତି ନୟନର
ସତେକି ଖସିଛି ସ୍ବର୍ଗୁ ଧବଳ ତୁଷାର ।
ଅପରୂପ ରୂପସୀ ସେ ହାସ୍ୟ ଲାସ୍ଯମୟୀ
ଅତୁଳ ସମ୍ଭାର ଧରି ମନ ମୋହୁଥାଇ
ଶରତର ପାର୍ବଣ କୁ ସୁ ସ୍ବାଗତ କରି
ସଜେଇ ହୁଏ ଧରଣୀ ନୂଆ ବେଶଧରି ।
ବନେ ଉପବନେ ଫୁଟି ନାନାଜାତି ଫୁଲ
ବଢାନ୍ତି ଧରାର ଶୋଭା ସତେ କରି ଗେଲ
ବାଳଇନ୍ଦୁ ପରି ଦିଶେ ସୁନ୍ଦର ସେ ଦୃଶ୍ୟ
ଜନମନ ହରି ନିଏ ଦେଖିଲେ ଅବଶ୍ୟ ।
ଋତୁରେ ଋତୁରୃ ଭରେ ପବିତ୍ର ପାର୍ବଣ
ପ୍ରକୃତି ର କମନୀୟ ପ୍ରୀତି ର ଭୂଷଣ
ଫୁଲର ଗହଣା ପିନ୍ଧି ହୋଇ ବିମଣ୍ଡିତ
ବାସ୍ନାମୟ ମହକରେ କରେ ବିମୋହିତ ।
ଶାରଦୀୟ ଆକାଶର ଶୀତଳ ସ୍ପର୍ଶରେ
ଅଳସୀ ଫୁଲର ଭରା ରଙ୍ଗ ମୁରୁଜରେ
ଆବାହନୀ ସଙ୍ଗୀତ ର ମଧୁର ଛନ୍ଦରେ
ପାଦଥାପି ଆସିଥାନ୍ତି ମା' ଧୀରେ ଧୀରେ ।