ସ୍ମୃତି କିଛି ଅଭୁଲା ସକାଳର
ସ୍ମୃତି କିଛି ଅଭୁଲା ସକାଳର
ସକାଳ ହେଉହେଉ
ଏ ପାଗଳ ହୃଦୟ ତୁମକୁ ହିଁ ଖୋଜେ
ସେଥିପାଇଁ ଲଗେଇଦିଏ କଲ୍
ହେଲେ ତୁମେ ବିଗିଡି ଯାଅ
ରାଗି ନିଆଁ ହେଇଯାଅ ମୋ ଉପରେ,
ଚାହେଁନି ରଗେଇବାକୁ
କେବେ ହଜିବାକୁ ଚାହେଁ
ତୁମ ପ୍ରେମର ମିଠା ମହକରେ !
ରାତିର ଅଧା ସ୍ୱପ୍ନିଳ କଥାକୁ
ତୁମ ସାଥିରେ ବାଣ୍ଟିବାର ପ୍ରୟାସ କରେ
ତମେ ଲାଜ, କେବେ ରାଗ
ଆଉ ବର୍ଷିଦେଇ ଯାଅ ମୋ ଉପରେ ।
ଚେଷ୍ଟାକରେ କୋଳେଇ ନେବାକୁ
ତୁମର ସବୁ ରାଗ ରୁଷା ଆଉ ଅଭିମାନ
ହେଲେ କେବେ ଛାତିଟା ଓଜନିଆ ହେଇଯାଏ
ତୁମ କ୍ରୋଧିତ କଥାରେ ।
ବୁଝିବ ଭୁଲିବା ବଦଳରେ ଖୋଜିବ
ଏଇତ ସମ୍ପର୍କ ତମ ଆଉ ମୋ ଭିତରର
ଦୁହେଁ ଦୁହିଁଙ୍କ ପାଇଁ ଜୀବନର ଶେଷ ସୀମା ଯାଏଁ ।।
