STORYMIRROR

kahnu charan sahu

Abstract Fantasy

4  

kahnu charan sahu

Abstract Fantasy

ସ୍ମୃତି କିଛି ଅଭୁଲା ସକାଳର

ସ୍ମୃତି କିଛି ଅଭୁଲା ସକାଳର

1 min
281


 

ସକାଳ ହେଉହେଉ

ଏ ପାଗଳ ହୃଦୟ ତୁମକୁ ହିଁ ଖୋଜେ

ସେଥିପାଇଁ ଲଗେଇଦିଏ କଲ୍

ହେଲେ ତୁମେ ବିଗିଡି ଯାଅ

ରାଗି ନିଆଁ ହେଇଯାଅ ମୋ ଉପରେ,

ଚାହେଁନି ରଗେଇବାକୁ

କେବେ ହଜିବାକୁ ଚାହେଁ

ତୁମ ପ୍ରେମର ମିଠା ମହକରେ !


ରାତିର ଅଧା ସ୍ୱପ୍ନିଳ କଥାକୁ

ତୁମ ସାଥିରେ ବାଣ୍ଟିବାର ପ୍ରୟାସ କରେ

ତମେ ଲାଜ, କେବେ ରାଗ

ଆଉ ବର୍ଷିଦେଇ ଯାଅ ମୋ ଉପରେ ।

ଚେଷ୍ଟାକରେ କୋଳେଇ ନେବାକୁ

ତୁମର ସବୁ ରାଗ ରୁଷା ଆଉ ଅଭିମାନ

ହେଲେ କେବେ ଛାତିଟା ଓଜନିଆ ହେଇଯାଏ

ତୁମ କ୍ରୋଧିତ କଥାରେ ।

ବୁଝିବ ଭୁଲିବା ବଦଳରେ ଖୋଜିବ

ଏଇତ ସମ୍ପର୍କ ତମ ଆଉ ମୋ ଭିତରର

ଦୁହେଁ ଦୁହିଁଙ୍କ ପାଇଁ ଜୀବନର ଶେଷ ସୀମା ଯାଏଁ ।।


Rate this content
Log in

Similar oriya poem from Abstract