Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatishree Pandit

Fantasy Inspirational

4.5  

Swatishree Pandit

Fantasy Inspirational

କହିଲେ କହିବ କହୁଛି

କହିଲେ କହିବ କହୁଛି

1 min
342



କହିଲେ କହିବ କହୁଛି 

ଖଟିଖିଆ ଖଟି ଖଟି ମରୁଛି

ବଡ଼ବଡ଼ିଆଙ୍କ ପକେଟ ଫୁଲୁଛି

ଗୁଣ୍ଡା ରାଜନିତୀ ଚାଲୁଛି

କହିଲେ କହିବ କହୁଛି. . . . ।୧।


ଅନୀତି ଦୁର୍ନୀତି ହେଉଛି

ଦୋଷୀ ଖଲାସେ ବୁଲୁଛି

ମିଛ ପ୍ରଶଂସାରେ ସବୁ ଚାଲିଛି

କହିଲେ କହିବ କହୁଛି. ..........। ୨।


ମୃତ ବ୍ୟକ୍ତି ନାଁରେ ଚାଉଳ ମିଳୁଛି

ଯୋଗ୍ୟ ହିତାଧିକାରୀ ଅଣଦେଖା ହେଉଛି

ତେଲିଆ ମୁଣ୍ଡରେ ତେଲ ବୋଳା ହେଉଛି

କହିଲେ କହିବ କହୁଛି. . . . ।୩।


ଆବାସ ଯୋଜନା ରେ ଚାଲିଛି

ଆଗକୁ ପକ୍କା ପଛକୁ କୋଠା ହେଉଛି

ମେହନତି ମଣିଷ ନୁଖୁରା ହେଉଛି

କହିଲେ କହିବ କହୁଛି. . . . ।୪।


ଚାକିରି ନାଁରେ ଦଲାଲି ହେଉଛି

କାଗଜ ପତ୍ରରେ ସବୁ ରହୁଛି

ପକେଟ ଗରମ କଲେ ସବୁ ମିଳୁଛି

କହିଲେ କହିବ କହୁଛି. . . . ।୫।


ଦେହକୁ କିଏ ନେଉଛି

ଦରଦାମ ଆକାଶଛୁଆଁ ହେଉଛି

ଭୋକିଲା ପେଟ କାନ୍ଦୁଛି

କହିଲେ କହିବ କହୁଛି. . . . ।୬।


ସ୍ଵାର୍ଥପର ହେବାରେ ମଣିଷ ଲାଗିଛି

ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛି

ଭାଗ୍ୟକୁ ନିନ୍ଦା କରି ବସିଛି

କହିଲେ କହିବ କହୁଛି. . ....।୭।


ଅନ୍ଧବିଶ୍ୱାସର ବସବର୍ତ୍ତୀ ହେଉଛି

ସବୁ ମାୟାର ବାୟା ରେ ଡେଉଁଛି

ଭଗବାନ ଉରସାକୁ ଅନାଉଛି

କହିଲେ କହିବ କହୁଛି. . ....।୮।


Rate this content
Log in

Similar oriya poem from Fantasy