STORYMIRROR

sasmita tripathy

Abstract Fantasy

4  

sasmita tripathy

Abstract Fantasy

କାଶତଣ୍ଡୀ ଓ ଶରତ

କାଶତଣ୍ଡୀ ଓ ଶରତ

1 min
644


ଭରା ଭାଦ୍ରବ ରେ ଅର୍ଘ୍ୟଥାଳି ଧରି

ଶରତ ଯେବେ ପ୍ରକାଶେ

ନିର୍ମଳ ଆକାଶେ ଭୋଦୁଅ ଚାନ୍ଦ ଟା 

ଖିଲି ଖିଲି ହୋଇ ହସେ ।।


ଶୁଭ୍ର କାଶତଣ୍ଡୀ ନଈପଠା ଧାରେ 

ଗାଉଥାଏ ଯେବେ ଗୀତ

ଭଦ୍ରଵୀ ଜହ୍ନ ଟା ଭସା ବାଦଲ ରେ 

ଲୁଚକାଳି ଖେଳେ ମିତ ।।


ଅପରୂପ ଶୋଭା କରଇ ଧାରଣ 

ମୋହିନୀ ପ୍ରକୃତି ରାଣୀ

ଶାରଦୀୟ ପୂଜା ପାର୍ବଣ ସ୍ୱାଗତ

କହେ କାଶତଣ୍ଡୀ ଠାଣି ।।


ଗଗନ ରେ ଦେଖି ଶଶାଙ୍କ ର କ୍ରୀଡା

ହାସ୍ୟ କୁମୁଦିନୀ ଗଣେ

ଜ୍ୟୋସ୍ନା ସ୍ପର୍ଶ ପାଇ ନୃତ୍ୟ କରୁଥାନ୍ତି

ମୃଦୁମନ୍ଦ ସମୀରଣେ ।।


ଶରତ କୁମାରୀ ଜହ୍ନିଫୁଲ ରାଣୀ

ମାଦକତା ମାଳତୀ ରେ

ଅନ୍ଧାର କୁ ଜିଣି ହୃଦ ନିଏ କିଣି 

ଚନ୍ଦ୍ରାଲୋକ ପରଶ ରେ ।।


ଗ୍ରାମ୍ୟ ଲଳନା ସ୍ନାନ ସମାପନେ

ସ୍ବଗୃହ କୁ ଯେବେ ଫେରେ

ଭରା କଳସୀ କୁ ହାତେ କାଶତଣ୍ଡୀ 

ଆତିଶଯ୍ୟ ଆନନ୍ଦରେ ।।


ଶରତ ସନ୍ଧ୍ୟା ରେ ମୃଦୁ ସମୀରଣେ

ଦୋଳାୟିତ କାଶତଣ୍ଡୀ

ପ୍ରକାଶ କରଇ ଦୁଗ୍ଧ ଫେନ କାନ୍ତି

ଦିଏ ଅନ୍ଧାର କୁ ଭଣ୍ଡି ।।


ଶରତଚନ୍ଦ୍ର ଙ୍କ କୌମୁଦି ସ୍ପର୍ଶ ରେ

ମଧୁସିକ୍ତ ହୁଏ ଧରା

ବିମୁଗ୍ଧ ହୁଅନ୍ତି ଅଵଲୋକନ ରେ

ଧରଣୀ ବାସୀ ଏ ପରା ।।


ସମ୍ମୋହନୀ ସେହି ଭୋଦୁଅ ର ଚାନ୍ଦ 

ଭସାମେଘ ଜହ୍ନରାତି

ସ୍ୱଚ୍ଛ ଶୋଭାମୟ ବଡ ମନୋହର 

ଜ୍ୟୋସ୍ନା ବିଧୌତ ପ୍ରକୃତି ।।


କବି ମନ ପ୍ରାଣ ହୁଏ ଉଲ୍ଲସିତ 

ଦେଖି କାଶତଣ୍ଡୀ ଶୋଭା

ଝର ଝର ଝରେ କଲମୁ କବିତା 

ଶୁଭ୍ର ଚାମରର ଆଭା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract