Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

smrutirekha das

Children Stories Fantasy Others

4.5  

smrutirekha das

Children Stories Fantasy Others

ମାତା

ମାତା

1 min
452


କେତେ କଷ୍ଟ ସହି ଜନମ ଦେଇଚୁ

           ଦେଖାଇଛୁ ଏ ଦୁନିଆ,

ତୋ ସନ୍ତାନ ବୋଲି ପରିଚୟ ଦେଇ

             ସଂସାରେ କରିଛୁ ଠିଆ |


ବର୍ଷ ବର୍ଷ ଯିବ ଯୁଗ ବି ବିତିବ

            କରି ତୋ ସେବା ଚରଣ,

ଯୋଗ୍ୟ ହେବିନାହିଁ ସୁଝିବାକୁ ତୋର

            ମୋ ଉପରେ ଥିବା ଋଣ |


ଦେ ମା ଆଶିଷ ଥାଉ ମୋ ବିଶ୍ୱାସ

            ଚିରଦିନ ତୋ ପାଦରେ,

ମା ନାମ ଧରି ତୁଣ୍ଡେ ଶେଷବେଳେ

            ଯାଉ ପ୍ରାଣ ସ୍ୱର୍ଗ ପୁରେ |


ସରଗର ଶଶୀ ଲୋଡ଼ା ନାହିଁ ମୋର

            ଆଶା ନାହିଁ ପାରିଜାତ,

ଶିରେ ମୋର ରହୁ ତୋ ପଣତ ଛାଇ

            ଏତିକି ପତୁଛି ହାତ |


କି ଅବା ମାଗିବି ତତେ ଆଉ ମା

         ଦେଇଛୁ ବଡ ସମ୍ପଦ,

ଜୀବନ ରୂପକ ଉପହାର ଦେଇ

         କରିଛୁ ମତେ ତୁ ଧନ୍ୟ |

 


Rate this content
Log in