STORYMIRROR

Dr. Shiba Prasad Tripathy

Others

3  

Dr. Shiba Prasad Tripathy

Others

ଚିତ୍ରରୁ ଚରିତ୍ର ଆଡକୁ ଏବେ

ଚିତ୍ରରୁ ଚରିତ୍ର ଆଡକୁ ଏବେ

1 min
597

ସଂଜ ଯେବେ ନଇଁ ଆସେ

ମୋ ଜେଜେଙ୍କ ମଥା ଛୁଇଁ

ଅପ୍ରତ୍ୟାଶିତ ଶବ୍ଦ ସବୁ ହାକୁଟି ମାରନ୍ତି

କୁକୁର ମାନଙ୍କ ରଡିରେ

କଳା ମଚ ମଚ ଦିଶୁଥିବା

ଉତ୍ତରୀୟ କୋଣ

ରାସ୍ତାର ମଧ୍ୟମ ଭାଗରେ

ନିଜଠାରୁ ବେଶ୍ କିଛି ଅନତିଦୂର

ଅଗଣା ବାହାରେ ।।


ବଡ ବିଚିତ୍ର ଏ ଚରିତ୍ର ଗୁଡିକ ସତେ

କେଉଁଠି ଥାଆନ୍ତି ଥୋକେ

ସମାଜରେ ଏତେ !

ମହାଭାରତୀୟ ଜାଗତିକ ଦୃଶ୍ଯରୁ

ସତେକି ହୁଗୁଳି ଆସନ୍ତି ଆଉ କେତେ

ଗୋଟି ଗୋଟି କରି

ଆଗ-ପଛ କରି

ସାମାଜିକ ନାଟକର

ବେଶ-ପୋଷାକରେ

ଅଜ୍ଞାତବାସ ସରିଗଲା ପରେ

ନିର୍ବାଚନ ଋତୁର ପ୍ରାରମ୍ଭରେ

ଭେଟହୁଏ ଗାଁ-ଦାଣ୍ଡ ନାଟ୍ଯ ମଣ୍ଡପରେ

ଠିକ୍ ପାଞ୍ଚ ବର୍ଷ ପରେ

ବିରାଡି ବୈଷ୍ଣବ ରୂପରେ ।।


ବଡ ବିଚିତ୍ର ଏ ଚରିତ୍ର ଗୁଡିକ ସତେ

କେଉଁଠି ଥାଆନ୍ତି ଥୋକେ

ସମାଜରେ ଏତେ !

ତିଳକୁ ତାଳ ବୋଲି କହୁଥିବା

ଜନମତ ଲୋଡୁଥିବା

ପଶାପାଲିର ଚିତ୍ର ଭିତରେ

ଚରିତ୍ର ଗୁଡିକ ଯେତେ

ସବୁଯେତେ ଲୁଚକାଳି ଖେଳ

ସତରୁ ମିଛ ସାତତାଳ

ସବୁ ହୁଏ ନିଷ୍ଫଳ

ଦୂରରୁ ଶୁଭେ-'ଅକ୍ଷୟ ହେଉ ପୂଣ୍ୟ ଜଗତେ

ଧର୍ମର ହେଉ ଜୟ '

ଏହାତ ଗାନ୍ଧାରୀଙ୍କ ଆଶୀର୍ବାଦର ଫଳ

ଏବେ ଉଠ ସଅଳ

ଜନମୁଖେ ଶୁଭିଲାଣି

ନିର୍ବାଚନର ଫଳାଫଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍