Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Classics Others

3  

Rama chandra Pradhan

Classics Others

ବିଘ୍ନରାଜ ଶ୍ରୀଗଣେଶ

ବିଘ୍ନରାଜ ଶ୍ରୀଗଣେଶ

1 min
254



ତୁମେ ବିଘ୍ନରାଜ ତୁମେ ଅଗ୍ରପୂଜ୍ୟ

   ହେ କରୁଣା ଅବତାର

ତୁମରି ମହିମା ଅନନ୍ତ ଅପାର

   ନାହିଁ ଯା'ର ପଟ୍ଟାନ୍ତର l

ବିବାହ ବ୍ରତରେ ଆଗ ତୁମ ନାମ 

   ତୁମେ ତ ଜଗତ ଜିତା 

ସବୁ ଯାଗଯଜ୍ଞେ ପ୍ରଥମ ଦୀପରେ 

   ଆଗ ହୁଏ ତୁମ ପୂଜା l

ହେ ସୃଷ୍ଟି ରକ୍ଷକ ଜୀବନ ନାବିକ 

   ତୁମେ ଥିଲେ ସବୁ ଜୟ 

ସକଳ ପୂଜାର ତୁମେ ଆଦ୍ୟ ଧୂପ 

   ବକ୍ରତୁଣ୍ଡ ମହାକାୟ l

ସଞ୍ଜ ଆଳତୀରେ ପ୍ରାର୍ଥନା ସଭାରେ 

   ତୁମେ ହିଁ ପ୍ରଥମ ଶ୍ଳୋକ 

ସବୁ ଆରମ୍ଭର ତୁମେ ହିଁ ନାୟକ 

   ଆହେ ମହା ବିନାୟକ l

ଦିଅ ଦିବ୍ୟବୁଦ୍ଧି ଦିଅ ଦିବ୍ୟଜ୍ଞାନ 

   ଲଡୁପ୍ରିୟ ଗଣପତି

ତୁମେ ଶୁଭଶାନ୍ତି ବିଦ୍ୱାନ ମୂରତି 

    ତୁମ ବିନୁ ନାହିଁ ଗତି l

ଜ୍ଞାନର ସାଗର ବିଦ୍ୟାର ଭଣ୍ଡାର 

  ଘେନ ପ୍ରଭୁ ମୋ ପ୍ରଣତି 

ସକଳ ଶକ୍ତିର ତୁମେ ହିଁ ଆଧାର 

  କୋଟିସୂର୍ଯ୍ୟ ତୁମ ଜ୍ୟୋତି l


Rate this content
Log in

Similar oriya poem from Classics