STORYMIRROR

Bhagyabati Jena

Classics

3  

Bhagyabati Jena

Classics

ଭକ୍ତି ଅର୍ଘ୍ୟ

ଭକ୍ତି ଅର୍ଘ୍ୟ

1 min
266

ହେ ମୋହନ ମୁରାରୀ କାହ୍ନା 

କି ସୁନ୍ଦର ରୂପ ତୋହର

ଦେଖି ତୋର ନାଲି ଅଧର

 ମୁଁ ହୋଇଯାଏ ଆନମନା । 

 

ଦୁଃଖ ହରଣକାରୀ ହରି

ସବୁ ଦୁଃଖ ଯାଏ ମୋ ସରି

ଦେଖି ଦେଇ ତୋର ଶ୍ରୀ ମୁଖ

ଝରି ଯାଏ ନୟନୁ ବାରି। 


କଳା ରଙ୍ଗଧାରୀ କାଳିଆ

ମୁହଁ ତୋର ଚନ୍ଦ୍ର ଉଦିଆ

ଦେଖିବା ପାଇଁ ହୁଏ ମନ

ଡୋରି ଲଗେଇ ତୁ ନେଇଯା। 


ନୁହେଁ ମୁଁ ଦାସିଆ ବାଉରୀ

ନା ଅଟଇ ମୁଁ ସାଲବେଗ

ଛନ୍ଦା ଚରଣେ ମନ ଦେଲି

ଢାଳି ଦେଇ ଭକତି ଅର୍ଘ୍ୟ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics