STORYMIRROR

Bhagyabati Jena

Tragedy Thriller

3  

Bhagyabati Jena

Tragedy Thriller

ବର୍ଷାକୁ ଚିଠି

ବର୍ଷାକୁ ଚିଠି

1 min
324

ଆସ ଗୋ ଆସ ବର୍ଷା 

ନୀରବ ନିଃଶବ୍ଦ ରାତ୍ରିର ପ୍ରହରେ 

ହୃଦୟର ସବୁ ଯାତନା ଲିଭିଯାଉ

ତୁମ ଶିଥିଳ ବିନ୍ଦୁର ସ୍ପର୍ଶରେ । 


ତୁମେ ହିଁ ତ ଏକମାତ୍ର ମୋର

ଯିଏ ମାପିପାରେ ଦୁଃଖର ଗଭୀରତା 

ନ ପଚାରି ନ ଉଭେଇ ଲୁହ ପୋଛି

ବୁଝିପାର ମୋ ମନର ବ୍ୟଥା । 


ତୁମେ ଆସି ଭିଜେଇ ଦେଇ ଚାଲିଯାଅ

ଆଜିଯାଏଁ ମୁଁ ପଥିକର ଅପେକ୍ଷାରେ

ମନରେ କେତେ ଯେ ପ୍ରଶ୍ନ

ଅମଡା ପଥର ଭୟରେ। 


ଆସ ଗୋ ଆସ ବର୍ଷା

ଧୋଇ ଯାଉ ଲୁହ ମୋର  

କଳଙ୍କିତ ହେବା ପାଇଁ

ଆଉ ସାହସ ନାହିଁ ବୋହିବାକୁ ବୋଝ ଜୀବନର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy