ବର୍ଷାକୁ ଚିଠି
ବର୍ଷାକୁ ଚିଠି
ଆସ ଗୋ ଆସ ବର୍ଷା
ନୀରବ ନିଃଶବ୍ଦ ରାତ୍ରିର ପ୍ରହରେ
ହୃଦୟର ସବୁ ଯାତନା ଲିଭିଯାଉ
ତୁମ ଶିଥିଳ ବିନ୍ଦୁର ସ୍ପର୍ଶରେ ।
ତୁମେ ହିଁ ତ ଏକମାତ୍ର ମୋର
ଯିଏ ମାପିପାରେ ଦୁଃଖର ଗଭୀରତା
ନ ପଚାରି ନ ଉଭେଇ ଲୁହ ପୋଛି
ବୁଝିପାର ମୋ ମନର ବ୍ୟଥା ।
ତୁମେ ଆସି ଭିଜେଇ ଦେଇ ଚାଲିଯାଅ
ଆଜିଯାଏଁ ମୁଁ ପଥିକର ଅପେକ୍ଷାରେ
ମନରେ କେତେ ଯେ ପ୍ରଶ୍ନ
ଅମଡା ପଥର ଭୟରେ।
ଆସ ଗୋ ଆସ ବର୍ଷା
ଧୋଇ ଯାଉ ଲୁହ ମୋର
କଳଙ୍କିତ ହେବା ପାଇଁ
ଆଉ ସାହସ ନାହିଁ ବୋହିବାକୁ ବୋଝ ଜୀବନର।
