ସନ୍ଧ୍ଯା
ସନ୍ଧ୍ଯା
1 min
184
ଅତି ମନୋହର ଏ ସନ୍ଧ୍ଯା ପ୍ରହର
ଖରା ଧରା ଛାଡି ନାହିଁ,
ଚଉଦିଗେ ଶୁଭେ ଫେରନ୍ତା କାକଳି
ରବି ଆଉ ଦିଶେ ନାହିଁ।
ଦିନ ଓ ରାତିର ଅପୂର୍ବ ମିଳନ
କିଛି ଧଳା କିଛି କଳା,
ନୀଳ ଅମ୍ବର ରେ ଚକଚକ କରେ
ସଂଜ ସଂଜିଆ ତାରା।
ଚଉରା ମୂଳଟି ସଂଜ ଆଳତିରେ
ଆହା କି ସୁନ୍ଦର ଦିଶେ,
ରାତ୍ରି ଅନ୍ଧକାର ନାଶିବା ପାଇଁ କି
ଦିବ୍ୟଜ୍ୟୋତି ଅଟେ ସିଏ।
ଜୀବଜଗତର ଶ୍ରମ କଷ୍ଟ କୁ
ଲାଘବ କରିବା ପାଇଁ,
ଦିନର ଗହଳ ନାହିଁ କୋଳାହଳ
ଦିନକର ଗଲେ ନଇଁ ।
