Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics

3  

Chittaranjan Nanda

Classics

ସୁନ୍ଦର ସୃଷ୍ଟି, ସଫଳ ଜୀବନ

ସୁନ୍ଦର ସୃଷ୍ଟି, ସଫଳ ଜୀବନ

1 min
157



ବୃକ୍ଷ, ଲତା, ଦ୍ରୁମ ହୋଇଛି ସର୍ଜନା

ଫୁଲେ ଅଛି ମଧୁ, ଆଶ୍ଚର୍ଯ୍ୟର ନମୁନା ।


କୀଟରୁ ବ୍ରହ୍ମ, ଚଳନ୍ତି କର୍ମଵେଭାରେ

କର୍ମ ହିଁ ଧର୍ମ, ଏହାହିଁ ପରମ ତପରେ ।


ମଧୁ ସଞ୍ଚଇ ମଧୁମକ୍ଷିକା ନିଜ ସ୍ବାର୍ଥରେ

ଲାଗେ ସେତ ପରାର୍ଥେ ପରୋପକାରେ ।


ମଣିଷ ଜୀବନ ଅଂକା ବଂକା ସୁନ୍ଦର ଯାତ୍ରା

ଦକ୍ଷତା ଦୃଢତାରେ ବର୍ଦ୍ଧିତ ହୁଏ ଖୁସିର ମାତ୍ରା ।


ମନୁଷ୍ୟ ଜନମ ଦୁର୍ଲଭ କର୍ମ ବଳେ ମହୀୟାନ

ନିଷ୍କାମ କର୍ମରେ ଶାନ୍ତି ପ୍ରାପ୍ତି ସ୍ୱର୍ଗେ ମିଳେ ସ୍ଥାନ ।


ଭୁଲ୍ କ୍ଷମଣୀୟ, ସଜାଡିବା କଠିନଭରା 

ଭାବିଚିନ୍ତି କରିବା ତ ଅମୂଲ୍ୟ ଶିକ୍ଷାଧାରା ।


ସ୍ୱଳ୍ପ କଥା କାମ ସର୍ବାଧିକେ, ସଫଳ ଜୀବନ

ଖରାପ ଅଭ୍ୟାସ ଖରାପ ବିଚାର ନହେଉ ଶିକ୍ଷଣ ।



Rate this content
Log in

Similar oriya poem from Classics