STORYMIRROR

Kalpana Kumari Pradhan

Classics

3  

Kalpana Kumari Pradhan

Classics

ବିଘ୍ନେଶ୍ୱର

ବିଘ୍ନେଶ୍ୱର

1 min
247

ବିଦ୍ୟାଦାତା ଗଣପତି ଗଉରୀ ନନ୍ଦନ

ପ୍ରଣତି ଘେନ ବାରେ ଗଜେନ୍ଦ୍ରବଦନ 

  ରିଦ୍ଧି ସିଦ୍ଧି ନାଥ ବିଘ୍ନ ବିନାଶନ

ପଦ୍ମପାଦେ ସଦା କରଇ ବନ୍ଦନ l

ଆସିଛି ପୁଣିସେ ଶୁଭ ଲଗନ

ଆନନ୍ଦଭରେ ପ୍ରାଣ ହୁଅଇ ମଗନ

ସଜବାଜେ ମଜ୍ଜିଅଛି ସାରା ଭୁବନ

ସକଳ ବିଘ୍ନ ନାଶ ଗଜାନନ l

ସକଳ ଵିଧିରେ ଆଦ୍ୟ ଆବାହନ 

ଲମ୍ବୋଦର ଗଣପତି ମୂଷିକ ବାହାନ 

 ଆଶିର୍ବାଦେ ମୂର୍ଖ ଲଭେ ଦିବ୍ୟଜ୍ଞାନ

ଶ୍ରୀଚରଣେ ଥାଉ ସଦା ଧ୍ୟାନ l

ମହାମାରୀ ତାଡ଼ନେ ବିଶ୍ୱକରେ ରୋଦନ

ପ୍ରତିମୁହୂର୍ତ୍ତ ଡରାଏ କାଳ ସମନ

ସର୍ବଅମଙ୍ଗଳ ହରୁ ତୁମ ଆଗମନ

ପାଶଅଙ୍କୁଶେ ଛେଦ ଦୂରୀତ ବହନ l

ଭୋଗଥାଳ ପରିପୂର୍ଣ୍ଣ ଭଳିଭଳି ମିଷ୍ଟାନ୍ନ

ଧୂପଦୀପ ଗନ୍ଧପୁଷ୍ପେ ଆରମ୍ଭେ ପୂଜନ

ମଥାପରେ ଶୋହେ ସିନ୍ଦୂର ଟିପିଚନ୍ଦନ

ମନ୍ତ୍ରନାଦେ ପ୍ରକମ୍ପିତ ସାରା ଗଗନ l


Rate this content
Log in

Similar oriya poem from Classics