Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pravasini Senapati

Classics Others

3  

pravasini Senapati

Classics Others

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
254


ଆହେ ଲମ୍ବୋଦର ,ପାର୍ବତୀ କୁମର

ଅଗ୍ରପୂଜ୍ୟ ଗଜାନନ....

ସିଦ୍ଧି ବିନାୟକ, ବିଘ୍ନ ବିନାସକ

ପ୍ରଣିପାତ ମୋର ଘେନ ।


ମୂଷିକ ବାହନ ଗଜେନ୍ଦ୍ର ବଦନ

କି ଅପୂର୍ବ ରୂପ କାନ୍ତି....

ଜ୍ଞାନର ଦେବତା.. ବିଦ୍ୟା, ବୁଦ୍ଧିଦାତା

ତୁମେ ଗଣ ଅଧିପତି ।


ଚନ୍ଦନ ଚର୍ଚ୍ଚିତ, ତୁମେ ଏକଦନ୍ତ

ବକ୍ରତୁଣ୍ଡ, ଧୁର୍ମବର୍ଣ୍ଣ......

ଚତୁର୍ଭୁଜେ ନାନା ଅସ୍ତ୍ର ସୁଶୋଭିତ

ବିନାୟକ, ସୂର୍ପକର୍ଣ୍ଣ ।


ସରିଛି ଶ୍ରାବଣ ..ଆସିଛି ପାର୍ବଣ

ଆସ ପ୍ରଭୁ ଅବତରି....

ଦିଅ ଶୁଭାଶିଷ ଆହେ ଶ୍ରୀ ଗଣେଶ

ଦୁଃଖ ଯାଉ ଅପସରି ।


ସବୁରି ହୃଦୟୁ ନାଶ ହେଉ ପ୍ରଭୁ

ହିଂସା, ଦ୍ୱେଷ, ଲୋଭ, ମୋହ

ଦିଅ ଦିବ୍ୟଜ୍ଞାନ, ହେ ଗୌରୀ ନନ୍ଦନ

ହୃଦେ ଭରିଦିଅ ସ୍ନେହ ।


ଦୂର ହେଉ ମହାମାରୀର ଆତଙ୍କ

ତୁମରି ଆଗମନରେ

ଫେରି ଆସୁ ଶାନ୍ତି, ହସୁ ଏ ଧରିତ୍ରୀ

ଏତିକି ପ୍ରାର୍ଥନା କରେ ।


Rate this content
Log in

Similar oriya poem from Classics