STORYMIRROR

Sanjya Tripathy

Abstract Classics

3  

Sanjya Tripathy

Abstract Classics

ସ୍ବପ୍ନ ସମାଚାର

ସ୍ବପ୍ନ ସମାଚାର

1 min
147

ଖୋଲି ଦିଅ ଅବରୁଦ୍ଧ ଚେତନାର ଦ୍ୱାର

ବୁଢ଼ାରଜାର ଗର୍ଭ ଗହ୍ମର

ସଚରାଚର ବିଶ୍ଵର ବ୍ୟାପକ ବଜାର ।

ଆସିବାକୁ ଦିଅ: ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟର

ମଧୁ ମଲ୍ଲିକା

ଗାନ୍ଧି ଗୋପବନ୍ଧୁଙ୍କ ସ୍ବପ୍ନର ସହର

ପ୍ରଗତି ଓ ପରିବର୍ତ୍ତନର ସପ୍ତମହାନ ସଂସ୍କାର ।

ଚହଟିବାକୁ ଦିଅ:

ଅଭିଯାତ୍ରୀର ଅପ୍ରତିହତ ଚିନ୍ତାଧାରାର

କୌମୁଦୀ ସୌରଭ

କୃଷି ଶ୍ରମିକର ଅନବରତ ସାଧନାର ସୁରଭିତ ମଳୟ

ସର୍ବହରା ଜନତାର ଆତ୍ମସନ୍ତୋଷଭରା

ଦରୋଟି ହସ ।

ଏବେ ବାଜିବାକୁ ଦିଅ

ଐକ୍ୟବଦ୍ଧ ଉଦ୍ୟମ ଓ ମିଳିତ ସଂଗ୍ରାମର ରଣଦୃଦୁଭି:

କ୍ଷୁଧା, ଦାରିଦ୍ର୍ୟ, ବୈକାରୀ, ଦୁର୍ନୀତିର ମୂଳୋତ୍ପାଟନ

ପାଇଁ

ସାମାଜିକ ଶ୍ରେଣୀ ବୈଷମ୍ୟ ଓ

ଘୁଣଧରା ଜାତିବାଦର ଦୂରୀକରଣ ପାଇଁ

ପ୍ରଦୂଷିତ ରାଜନୀତି ଓ ପର୍ଯ୍ୟାୟ ପତିତ ପ୍ରଶାସନର

ପରିବର୍ତ୍ତନ, ସମେବଦନଶୀଳ ମାନସିକତା ପାଇଁ

ମୌଳବାଦୀ ଉଦ୍‌ଗୀରଣ ଓ

ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପର ନିରାକରଣ ପାଇଁ

ସାଂସ୍କୃତିକ, ରାଜନୈତିକ, ଆର୍ଥିକ, ସାମାଜିକ ଓ

ଧାର୍ମିକ

ଶୋଷଣର ସୁଦୃଢ଼ ମୁକାବିଲା ପାଇଁ

ଚେତନାଶୀଳ, ଯୁଗୋପଯୋଗୀ ଆଭିମୁଖ୍ୟର

କ୍ରିୟାନୁୟନ ପାଇଁ

ସୃଜନଶୀଳତାର ଭିନ୍ନ ଏକ ଦିଗନ୍ତର

ସମ୍ପର୍କର ସୁରମ୍ୟ, ପୃଥକ୍ ଏକ ପରିଭାଷା ପାଇଁ ।



Rate this content
Log in

Similar oriya poem from Abstract