ଅଲୋଡ଼ା
ଅଲୋଡ଼ା
ରାତ୍ରିର ବୟସ ବଢିଲେ
ସବୁ ଘଣ୍ଟା ରେ ଵାର ଟା ବାଜିଲା ପରି
ବୟସ ବଢିଲେ ସବୁ ମଣିଷ
ଅଲୋଡ଼ା ହୋଇଯାଆନ୍ତି ସମାଜ ପାଇଁ
ପରିବାର ର ବୋଝ ବୋହୁଥିବା ମଣିଷ ଟି
ଦିନେ ବୋଝ ହୋଇଯାଏ ପରିବାର ପାଇଁ
ଆଶ୍ରା ଟିକକ ପାଇଁ ଆଶ୍ରା ନିଏ
କେଉଁ ଜରା ନିବାସ ରେ
କିଏ ବୁଝେ ତାର ଅନ୍ତରାତ୍ମା ର ଦୁଃଖ
କିଏ ଶୁଣେ ତାର ନିରବ ପ୍ରତିଧ୍ୱନି
କିଏ ବୁଝେ ତାର ଆନ୍ଦୋଳିତ ମନ
ଲୁହ ତାର ବହି ବହି ଶୁଖିଯାଏ
ଅବା ଦୁଃଖ ର ଝରଣା ।