STORYMIRROR

Prafulla Das

Classics

3  

Prafulla Das

Classics

ଫରକ ଏତିକି

ଫରକ ଏତିକି

1 min
195


ସଂଜ ହେଲେ ଏକା ସାଙ୍ଗେ

 ।ଜହ୍ନ ଉଁଏ ତୁମ ଗାଁ

 ଆମ ସହର ଆକାଶେ

   ଫରକ ଏତିକି

ସେଠି ଜହ୍ନ ମୁହଁ ରେ ଜହ୍ନି ଫୁଲିଆ ହସ

    କାହିଁ କି ନା ।

ତା ପ୍ରତୀକ୍ଷା ରେ ।ଥାଏ କଇଁ

  

ଏଠି , ଜହ୍ନ କୁ ପଚାରେ କିଏ ?

   ସବୁ ଆଖି ତ

ଉସ୍ମାନ ତାରା ଆଡ଼େ ,,,

ତା ପିଠିରେ ଜହ୍ନ ଆକୃତି ର

ଫାଳେ ଖୋଲା ଦେହ ,,,


ସେଇ ଆକାଶ ରେ ବର୍ଷା ଆସେ

  ତୁମ ଗାଁ ଆମ ସହର ରେ

    ଫରକ  ଏତିକି

ବର୍ଷା ସେଠି  ଖୁସି,,,

 ମାଟିର  ବାସ୍ନାରେ

ନାଚି ବାକୁ  ପାହାଡ କୋଳରେ

ଗାଉ ଥାଏ ଗୀତ ଝରଣା ସାଥିରେଷ

ଖେଳୁଥାଏ ଖେଳ କାଗଜ ଡଙ୍ଗା ରେ

ନାଚି ନାଚି ଥକି ଗଲେ

ଶୋଇ ଯାଏ ଧାନ କିଆରି ରେ


ଏଠି ବର୍ଷା ରେ ବିମୁଖ ସମସ୍ତେ

 ଉତ୍କଟ ଗନ୍ଧ ରେ 

ନାକ ଟେକୁ ଥାଏ ରାଜରାସ୍ତା

ବିଷ ଭରିଯାଏ ନର୍ଦ୍ଦମା ପାଣିରେ

ଵିରକ୍ତି  ହୁଏ ଚନ୍ଦ୍ରମୁଖୀ ,,,

ବର୍ଷା କାଳେ ଧୋଇ ଦିଏ

ତା ଓଠର ଲିପଷ୍ଟିକ ,,

ତା ଆଖିରୁ ।କଜଳ


ମୁଁ ଏଠି  ଦେଖି ଛି

 ଜହ୍ନ ଓ ବର୍ଷା

ସତରେ କେଡ଼େ ହୁଅନ୍ତି ,ଡ଼ହଳ ବିକଳ ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics