ବାହାଘର ସ୍ୱପ୍ନ
ବାହାଘର ସ୍ୱପ୍ନ
ବୟସ ଛୁଇଁଲା ପଚିଶି ମୋତେ
ବାହାଘର ସ୍ୱପ୍ନ ମନରେ ଡିଏଁ
ଘର ଲୋକ ସବୁ କନିଆ ଖୋଜନ୍ତି
ମନ ମୋର କିନ୍ତୁ କାହିଁ ନପାଏ ।
ସପନରେ ତୁମେ ଆସ ଯେ ନିଇତି
ଗୋପନରେ ହୁଅ କଥା
ସପନ ସରିଲେ ପାଏ ନାହିଁ ପ୍ରିୟା
ମନେ ଭରିଯାଏ ବ୍ୟଥା ।
ଆସିବ କେବେ ମୋ ଘରକୁ ତୁମେ
ଫୁଲ ସବାରୀରେ ସଜେଇ ହୋଇ,
ହୁଏ ଆନମନା ମନ ଏଠି ମୋର
ଦେହ ପୁଣି ଯାଏ ଧିରେ ଶୀତେଇ ।
ସାହାନାଇ ବାଜି ଲମ୍ବା ଓଢଣା ରେ
ଆସିବ ଗୋ ତୁମେ ଯେବେ
ମଥାରେ ସିନ୍ଦୁର ହାତରେ ମେହେନ୍ଦି
ସୂର୍ଯ୍ୟ ତାରା ନିନ୍ଦୁ ଥିବେ ।
ତୁମ ମହକରେ ମୋ ଘର ଅଗଣା
ଭୁରୁ ଭୁରୁ ବାସୁ ଥିବ
ବନ୍ଧୁ ବାନ୍ଧବଙ୍କ ଗହଳି ଭିତରେ
ମୁଁ ତୁମ ପଥ ଚାହିଁ ଥିବି ।
ଆସିବ କେବ
େ ମୋ ଘରକୁ ପ୍ରିୟା
ମଲ୍ଲୀ ଫୁଲର ମହକ ନେଇ,
ନିତି ବାସୁଥିବି ତୁମରି ମହକେ
ତୁମରି କୋଳରେ ମଥାକୁ ଥୋଇ ।
ଆସିବ କେବେ ମୋ ଘରକୁ ତୁମେ
ପୂର୍ଣ୍ଣମୀ ରାତିର ଚାନ୍ଦଟେ ହୋଇ
ସେ ଚାନ୍ଦ କୋଳରେ ଦେଖିବି ସପନ
ଦୁଃଖ ମୋର ଯେତେ ଯିବ ଦୂରେଇ।
ତୁମରି କୋଳରେ ପାହୁ ମୋର ରାତି
କଟି ଯାଉ ମୋର ଅଭୁଲା ଦିନ,
ତୁମରି ପାଇଁ ମୁଁ ଲେଖିବି କବିତା
ଥିବ ଯେତେଦିନ ଦେହରେ ପ୍ରାଣ ।
ସପନେ ତୁମକୁ କରିଛି ନିଜର
ଗୋପନେ ପିଇଛି ପ୍ରଣୟ ସୁଧା
ଶୀଘ୍ର ଶୀଘ୍ର ଆସ ପ୍ରାଣ ପ୍ରିୟା ମୋର
ହୃଦୟ ମାନୁନି ଆଉଯେ ବାଧା ।