Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Romance

3  

Kshyama sagar Prusty

Romance

ତମେ ମତେ ଭୁଲିଯାଇଛ

ତମେ ମତେ ଭୁଲିଯାଇଛ

1 min
218



ମୋ ହାତ ଲେଖା

ସେ ପୁରୁଣା ଚିଠିକୁ

ନ ଜଳେଇ କାଇଁ

ସାଇତି ରଖିଛ

ଯଦି ତମେ ମତେ ଭୁଲିଯାଇଛ !

ସବୁଦିନ ସବୁରାତି

ନିରୋଳାରେ ବସି

ମୋ କଥା କାଇଁ ଭାବୁଛ

ଯଦି ତମେ ମତେ ଭୁଲିଯାଇଛ !!

ତୁମ କବିତାର ଶବ୍ଦରେ

ତୁମ ଡାଏରୀର ପ୍ରତି ଫର୍ଦ୍ଦରେ

ମୋ ନାଁ କାଇଁ ଲେଖି ରଖିଛ

ଯଦି ତମେ ମତେ ଭୁଲିଯାଇଛ !

ତୁମ ଆଖି ଆଇନାରେ

ହୃଦୟ କାନଭାସରେ

ମୋ ପ୍ରତିଛବି ନିତି କାଇଁ ଆଙ୍କୁଛ

ଯଦି ତମେ ମତେ ଭୁଲିଯାଇଛ

ଯଦି ତମେ ମତେ ଭୁଲିଯାଇଛ !!



Rate this content
Log in

Similar oriya poem from Romance