STORYMIRROR

Jayasena Pradhan

Abstract

4  

Jayasena Pradhan

Abstract

ମୋ ଦେଶ ଭାରି ସୁନ୍ଦର

ମୋ ଦେଶ ଭାରି ସୁନ୍ଦର

1 min
226

ସୁନ୍ଦର ବନ ଗିରି ସୁଶୋଭିତ ତିରା

ସବୁଜ ରଙ୍ଗେ ରଞ୍ଜିତ ଶ୍ୟାମଳ ଘେରା ।

କାନନ ଗିରି ବନମାଳା ଶୋଭିତ

ଝରଣାର କୁଳୁକୁଳୁ ନାଦେ ନାଦିତ।

ପୁଗ ପୁନ୍ନାଗ ତାଳତମାଳ ନାରିକେଳ

ବନେ ବିଶୋଭିତ ବାରିଧି କୁଳ।

ଯା'ର ତ୍ରିରଙ୍ଗା ତିନି ରଙ୍ଗେ ରଞ୍ଜିତ

ଯା'ର ଶୀର୍ଷ କୋଟି କୃତି ବିମଣ୍ଡିତ।

ସ୍ୱାଧୀନତା ଯା'ର ମଥାର ଅବିର

ତିନି ରଙ୍ଗରେ ଯା'ର ରୂପ ସୁନ୍ଦର।

କି ସୁନ୍ଦର ସେହି ଦେଶ ମୋହର

ଦେଖି ଚକିତ ହୁଏ ଚିତ୍ତ ମୋହର।

ଯା' ରୂପ ଲାବଣ୍ୟ ଅତୀବ ସୁନ୍ଦର

ସେହି ମୋ ଭାରତ ଭାରି ସୁନ୍ଦର।


Rate this content
Log in

Similar oriya poem from Abstract