ଜାତୀୟ ସଂଗୀତ
ଜାତୀୟ ସଂଗୀତ
ଜାତୀୟ ସଂଗୀତ ଜନ ଗଣ ମନ
ସହିତ ରହିଛି ବନ୍ଦେ ମାତରମ ।
ରବୀନ୍ଦ୍ର ଟାଗୋର ଜନ ଗଣ ମନ
ଲେଖି ଲଭିଛନ୍ତି ଜଗତେ ସୁନାମ ।
ବଙ୍କିମ ଚାଟାର୍ଜୀ ବନ୍ଦେ ମାତରମ
ବିରଚୀ ଲଭନ୍ତି ସୁଖ୍ୟାତି ସମ୍ମାନ ।
ଜାତୀୟ ସଂଗୀତ ଗାନ ଓ ଝଙ୍କୃତ
ଜାତି ପ୍ରେମ ବହ୍ନି କରାଏ ଜାଗ୍ରତ ।
ଜାତୀୟ ପତାକା ଉତ୍ତଳନ ପରେ
ଜାତୀୟ ସଂଗୀତ ପୁରବୀ ଝଙ୍କାରେ ।
ପ୍ରତୀ ମନ ପ୍ରାଣ ଆକର୍ଷଣ କରେ
ନବ ତେଜ ବିଭା ଉଦ୍ଧୀପନ। ଭରେ ।
ଜାତୀୟ ଏକତା ଆଉ ଅଖଣ୍ଡତା
ସୁରକ୍ଷା ପାଇଁ କି ଦିଅଇ ବାରତା ।

