Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Romance Inspirational

3  

Hrushikesh Satpathy

Romance Inspirational

ମୋତେ ପ୍ରେମିକା ହେବାକୁ ମନା

ମୋତେ ପ୍ରେମିକା ହେବାକୁ ମନା

1 min
135



ମୋତେ ପ୍ରେମିକା ହେବାକୁ ମନା... !

ଭ୍ରଷ୍ଟ ବଜାରରେ

ପ୍ରେମର ସଂଜ୍ଞାକୁ  

ଗୋପନେ ଅନ୍ଧାରେ

ଶସ୍ତା ଦରରେ  

ସଉଦା କରିବା ମନା !!


ମୋତେ ପ୍ରେମିକା ହେବାକୁ ମନା...!

ପ୍ରେମର ଧୂଆଁରେ

ବିରହ ନିଆଁକୁ  

ବହ୍ନି ସଜେଇବି  

ନିଜେ ବି ଜଳିବି ;

ପ୍ରତାରଣା ମୁଁ ଜାଣେନା !!


ମୋତେ ପ୍ରେମିକା ହେବାକୁ ମନା...!

ଯମୁନା କୂଳରେ 

କଦମ୍ବ ଡାଳରେ  

ଲୁଚି ଲୁଚି ଯାଇ  

କୁହୁକ ବଂଶୀର

ସ୍ଵନ ଶୁଣିବାକୁ ମନା ... !!


ମୋତେ ପ୍ରେମିକା ହେବାକୁ ମନା...!

ଗୋପ ତ ହଜିଛି  

କଦମ୍ବ କାନ୍ଦୁଛି  

ଯମୁନା ଜଳୁଛି ;

ଛଳନା ଶିଖିନି  

କାହିଁକି ଖୋଜିବି କାହ୍ନା ??


ମୋତେ ପ୍ରେମିକା ହେବାକୁ ମନା... !

ପ୍ରଣୟ ନିଆଁର

ଛଳନା ବହ୍ନିରେ  

କୁହୁକିନୀ ସାଜି

ପ୍ରେମକୁ ଜାଳିବି ;

ଶିଖିନି କରି ବାହାନା !!


ମୋତେ ପ୍ରେମିକା ହେବାକୁ ମନା...!

ଜାଣିଛି ପ୍ରେମରେ

ପ୍ରତାରଣା  ପୁଣି

ପ୍ରବଞ୍ଚନା ମିଶି

ପ୍ରେମିକାପଣକୁ

ସହଜେ କରନ୍ତି ଚୂନା !!


ମୋତେ ପ୍ରେମିକା ହେବାକୁ ମନା... !

ନମ୍ର ନାରୀତ୍ୱର

ନିର୍ମାଲ୍ୟ ପଣକୁ  

ପାଶ୍ଚାତ୍ୟ ଢଙ୍ଗରେ  

ରଙ୍ଗ ରୂପ ଦେଇ 

ପ୍ରେମର ନିନ୍ଦା ଚାହେଁନା !!


ମୋତେ ପ୍ରେମିକା ହେବାକୁ ମନା... !

ପ୍ରେମର ପଣତ

ଶାଶ୍ୱତ  ମାର୍ଜିତ  

ଆର୍ଯ୍ୟ ପରମ୍ପରା

ପ୍ରଣୟ ପୃଷ୍ଠାରେ

କଳଙ୍କ ଦେବି ଚାହେଁନା !!


ଆଜି ପ୍ରେମରେ କାହିଁ ମୂର୍ଚ୍ଛନା...!

ସ୍ୱାଭିମାନ ନାହିଁ  

ଅଭିମାନ ନାହିଁ  

ନିଷ୍ଠା ତ ହଜିଛି ;

ନାହିଁ ସେ ଯୁଗର

ମଧୁର ପ୍ରୀତି ଭାବନା !!


ପଶୁ ପକ୍ଷୀରେ ରହିଛି ପ୍ରେମ...!

ସଂକୀର୍ଣ୍ଣ ମଣିଷ

କେଉଁଠୁ ପାଇବ ;

ହୀନମନ୍ୟତା ଓ

ନଗ୍ନତାରେ ଭରା  

ପ୍ରେମର ମୂଲ୍ୟ ବୁଝେନା !!



Rate this content
Log in

Similar oriya poem from Romance