କାର୍ଗିଲ୍ ଦିବସ
କାର୍ଗିଲ୍ ଦିବସ
ଆଜିର ଏ ଦିନେ କାର୍ଗିଲ ଶିଖରେ
ଉଡ଼ିଲା ତ୍ରିରଙ୍ଗା ନେତ
ପ୍ରତି ବର୍ଷ ଏଣୁ ପାଳନ କରୁଛୁ
କାର୍ଗିଲ ବିଜୟ ଦିବସ ।
ଉଣେଇଶ ଶତ ଅନେଶତ ସାଲ
ଜୁଲାଇ ଛବିସ ଦିନ
ଶତ୍ରୁ ସାଥେ ଲଢି ହୋଇଲେ ବିଜୟୀ
ଭାରତ ବୀର ଯବାନ ।
ହତ ପାଞ୍ଚ ଶତ ସତେଇସ ଜଣ
ରଣ ରେ ପ୍ରବୃତ୍ତ ହୋଇ
କାର୍ଗିଲ ଛଡ଼ାଇ ଆଣିଲେ ଶତ୍ରୁର
ହାତେ ପ୍ରାଣ ବଳି ଦେଇ ।
ବୀର ଯବାନ ଙ୍କ ମହନୀୟ ତ୍ୟାଗ
ଆଦର୍ଶ ସୌଯ୍ୟ ଇତ୍ୟାଦି
ପାଇଁ ଆଜି ଆମେ ପାଳନ କରୁଛୁ
ତ୍ରିରଙ୍ଗା ନେତ ଉଡ଼ାଇ ।

