ରାକ୍ଷୀ
ରାକ୍ଷୀ
ଟିକି ରାକ୍ଷୀ ଟିଏ ମନେ ଦିଏ କେତେ ଭାବ
ଆହାଃ କି ଆନନ୍ଦ ମୟ ଶୋଭା ଅଭିନବ ।
ରୋମାଞ୍ଚ ସ୍ପନ୍ଦନ ସୃଷ୍ଟି କରେ ପ୍ରାଣ
ଦିବ୍ୟତା ଲାଭ ରେ କରେ ଆକର୍ଷଣ ।
ଟିକିଲିରେ ଗଢା ରୂପ ଝିଲି ମିଲି
ଲାବଣ୍ୟ ତରଙ୍ଗେ ଖେଳେ ଆଲୋ ପଡ଼ି ।
ନାନା ପ୍ରକାର ର ରଙ୍ଗ ବର୍ଣ୍ଣ ବିଭା
ବିବର୍ଦ୍ଧିତ କରୁ ଥାଏ ନିତି ଶୋଭା ।
ଆଲୋକ ଆହ୍ବାନ, ଦିବ୍ୟ ଚେତନାରେ
ପ୍ଲାବିତ କରଇ ସ୍ନେହ ଆଦରରେ ।
ପ୍ରକୃତି ଶୋଭା ର ଅନନ୍ୟ ସୃଜନ
ଟିକି ପ୍ରଜାପତି ତହିଁ ଅବସ୍ଥାନ ।
ରୂପେଲି ରଜତ ଚାରୁ ଅଳଙ୍କାର
ଲାଗି କେତେ ଶୋଭା କମନୀୟ ତର ।
ଗନ୍ଧ ଅତର ର ମିଶ୍ରିତ ମଧୁର
ସୁବାସ ସୌରଭେ ଆକର୍ଷ ଅନ୍ତର ।
ଅନେକ ଅନେକ ଶୁଭକାମନା ଓ
ଆଶୀର୍ବାଦ ପ୍ରଦାନ କାରୀ ଓ ପ୍ରିୟ ।
ହୋଇ ଥାଏ କେତେ ଟିକି ରାକ୍ଷୀ ଟିଏ
ଅଙ୍କ ଦେଶେ ନାନା ଚିତ୍ରା ବଳି ଝଳି
ଆହା କି କାନ୍ତି ରେ ଦିଶେ ଭଳି ଭଳି ।
ଅନୁପମ ଦିବ୍ୟ ଚେତନା ଜାଗ୍ରତ
କରଇ ସ୍ନେହ ଆଦର ଯେ ଆଦର୍ଶ ।
ମୟୂର ପୁଛ ରେ ତିଆରି ହୋଇ ଯେ
ବିଭାସେ ଆହା କି ବର୍ଣ୍ଣାଢ଼୍ୟ ମୟୂଖେ ।
ସେ ହି ପରି ବହୁ ପ୍ରକାଶ ଇତ୍ୟାଦି
ଘେନି ଜନ ମନ ପ୍ରାଣ ନିଏ ରଞ୍ଜି ।
ରାଖୀ ପୂର୍ଣ୍ଣ ମୀ ରେ ଭାଇର ହାତରେ
ମଙ୍ଗଳ ମନାସି ଭାବ ବନ୍ଧନରେ ।
ବାନ୍ଧି ଥାଏ ପୁଣ୍ୟ ଗହ୍ମା ପୂର୍ଣମୀରେ
ଅନନ୍ତ ମହିମା ଅଶେଷ ବିଭୂତି
ସମ୍ପନ୍ନ ଅଟଇ ସେହି ଟିକି ରାଖୀ ।

