STORYMIRROR

Rabindra kumar Sahoo

Romance

3  

Rabindra kumar Sahoo

Romance

ଭଲ ପାଇ ମୁଁ କି ଭୁଲ୍ କରିଛି

ଭଲ ପାଇ ମୁଁ କି ଭୁଲ୍ କରିଛି

1 min
145

 ଭଲ ମୁଁ ପାଇଛି

 ହୃଦୟ ଦେଇଛି

 ସତେ ଅବା କି 

  ଭୁଲ୍ ମୁଁ କରିଛି ?


ପଚାରେ ମୋ ପ୍ରିୟା

 କାହିଁକି ତୁମେ ମୋ ପାଇଁ

 କବିତା ଲେଖୁଛ

 ସେ ପଚାରୁଛି ମୋତେ

 କିବା ମୋ ଦ୍ଵାରା

  ତୁମେ ପ୍ରତାରିତ ହୋଇଛ ?


  ଜୀବନ ଜୀବିକା ପାଇଁ

 ସେ ଡହଳ ବିକଳ

  ତା ସଂସାର ଜଞ୍ଜାଳେ ସିଏ

  ନ ପାଏ ଥଳକୂଳ

 କାହିଁକି କେଜାଣି ମୁଁ ତାକୁ

  ପାଇଅଛି ଭଲ ?


  ଏତେ ବିଶ୍ଵାସ ଅବିଶ୍ୱାସ ମଧ୍ୟେ

  ମୁଁ ତାକୁ ଭାବେ ମୁଁ ନିଜର

  ପ୍ରିୟା କି ବୁଝୁଛି 

  ଅନ୍ତର ବେଦନା ମୋ'ର ?


  ସବୁ ନାହିଁ ନାହିଁରେ

  ତାକୁ ମୁଁ ଭଲ ପାଇଛି

  ଭଲ ପାଇ ତାକୁ

   ମୁଁ ମୋ ହୃଦୟ ଦେଇଛି

  କି ବା ଭୁଲ୍ ମୁଁ କରିଛି ?


  ଭଲ ପାଇବାର ମାନେ କି

  ପ୍ରିୟା ମୋ ବୁଝୁଛି

  ଖାଲି କାମ କାମର 

  ବାହାନା ଦେଖାଇ

  ମୋ ଠାରୁ ସେ ଦୂରେଇ ରହୁଛି

  ତା ହୃଦୟ ଭିତରେ କିନ୍ତୁ 

  ମୁଁ ହିଁ ରହିଛି 

  ପ୍ରେମର ସ୍ୱରୂପକୁ 

  ସେ ଅନୁଭବ କରିପାରୁଛି

  ହେଲେ ବି ସେ 

  ମୋ ପ୍ରେମର ମୋ ଧୈର୍ଯ୍ୟର

  ବରାବର ପରୀକ୍ଷା ନେଉଛି ।

 

  ସତରେ ମୁଁ ଭଲପାଇ

  କ'ଣ ଭୁଲ୍ କରିଛି

  ମୋ'ର ସରଳ ନିଷ୍କପଟ

  ମନକୁ ସତେ କି ମୁଁ

  ନିଜେ ନିଜେ ଧୋକା ଦେଉଛି

  ଏତେ ଧୋକା ଖାଇଲା

   ପରେ ବି 

  ସତରେ ଭଲପାଇ

  ମୁଁ କ'ଣ ଭୁଲ୍ କରିଛି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance