ଶରତ
ଶରତ
ଋଚିର ଶରଦ କାଳ ବିରାଜିଲା ଆସି
ନବ ବଣ୍ଣ ବିଭା ଘେନି ବିଭାଶିଲା ପୂଥ୍ବୀ !
ଦଶଦିଶ ସୁନିର୍ମଳ ବେଶ କୁ ବୋହିଲେ
ବର୍ଷାର ପ୍ରଭାବ ନାହିଁ ଜନେ ଉଲ୍ଲସିଲେ !
ଚଷାମନ ଆହା କେଡେ ଆମୋଦରେ ଭରା
କାମ ଦାମ ପାଇଁ ଭଲ ବେଳ ଧୀର ଖରା !
ଶରୀର ନୀରୋଗ ପାଇଁ ଏ ଭଲ ସମୟ
ଥଣ୍ତା,ଜ୍ଜର ,କାଶ ,ଯାଇ ଦେହ ନିରାମୟ !
ଏଇଟି ପ୍ରକୂଷ୍ଟ କାଳ ଶରଦ ସମୟ
ନାନାପର୍ବ ‐ପର୍ବାଣି ର କି ଆମୋଦମୟ !
ପାର୍ବଣ ଓ ନବରାତ୍ରୀ ଆ କି! ମନୋହର
ପୁଣି କେତେ ପୂଜା ‐ପଶା ଓଷା ସମାହାର !
ହୋଇ ଏ ଶରତ କାଳ ଜନ ମଣ ହରେ
ଶାରଦୀୟ ସଂନ୍ଧ୍ୟା ଆହା କମ୍ର ସୁଷମାରେ !
ଶୋହେ ଘେନି ତାରକା ଖଚିତ ନୀଳାକାଶେ
ତାରକିତ ଜହ୍ନ ଦିଶେ କି ମନୋଜ୍ଞ ବେଶେ !
କୋମଳ ପଲ୍ଲବେ ଶୋଭେ ତରୁ‐ବଲ୍ଲୀ ରାଜି
ସ୍ନିଗ୍ଧ‐ ସଉରଭେ ବିବିଧ କୁସୁମେ ମଣ୍ତି !
ଜଳ‐ ସ୍ଥଳ‐ବନ‐ ଆକାଶ‐ କାନନ
କେଦାର ‐ ପ୍ରାନ୍ତର ‐ପଲ୍ଲୀ‐ପୂର ମାନ !
ସବୁଠି ଶରଦ ‐ଚାରୁତା ‐ରାଜୁତି
ଦିବ୍ୟ ବିଭା ବୋହି ବିଭାସେ ପ୍ରକୂତି !
ପ୍ରକୂତିର ନବ ‐ମୋହନ ‐ ମାଧୁରୀ
ବିଲୋକି ଭାବୁକ ମନ ଉଠେ ପୁରି !

