ପ୍ରେମ ଅତିଥି
ପ୍ରେମ ଅତିଥି
ସବୁଦିନ କେହି ହୁଏନା ଅତିଥି
କେବଳ ପ୍ରେମ ଜଣେ
ସେ ଫୁଲ ନଥିଲେ ଦୁନିଆଁ ଭିତରେ
ଘର କରି ରହିବ କେ ଜାଣେ
ପରିବାର ଓ ସମାଜ ସହର ବଜାର
ରୁହନ୍ତି ହସନ୍ତି ପ୍ରେମର ରାଣେ
ମଣିଷ ନୁହେଁ ଏକା ପଶୁ ପକ୍ଷୀ ବୃକ୍ଷ
ସମସ୍ତେ ପ୍ରେମ ଆଭୂଷଣେ
ପରସ୍ପରେ ମୈତ୍ରୀ ପ୍ରୀତି ଶାନ୍ତି ସଂହନ୍ତି
ପ୍ରେମହିଁ କେବଳ କିଣେ
ମଜଭୂତ କରି ମାଳ ଗୁନ୍ଥିହୁଏ ଠାକୁର
ପିନ୍ଧନ୍ତି ପ୍ରେମ ଋଣେ
ଭଲପାଇବାର ମହକ ନଥିଲେ ଚିହ୍ନ ନଥିବ
ପୃଥିବୀର ଇଏ ଜଣେ
ଭାଷା ପୋଷାକ ଆଚାର ବିଚାର ଭିର୍ନ୍ନ
ପ୍ରେମ ଏକତା ବୈଭବ କିଣେ
ମଣିଷ ଭିତରେ ପ୍ରେମ ବାଣ୍ଟେ ଯିଏ ସିଏ
ଗଣଙ୍କ ଭିତରେ ଜଣେ
ପ୍ରେମରେ ସଂସାର ଚାଲିଛି ବୋଲିତ
ଝଡ଼ ଝଞ୍ଜା ବାଧା ବିଘ୍ନ ପଣେ
ପଳାୟନପନ୍ଥୀ ସାଜି ଏଠୁ ଦିବା ରାତ୍ରୀ
ପ୍ରେମର ମହତ୍ତ୍ୱ ମହିମାନ୍ୱିତ ଜାଣେ
ପ୍ରେମ ସତ୍ୟ ଶିବ ସୁନ୍ଦର ନିତ୍ୟ ଅନିତ୍ୟ
ସଂସାରେ କିଏ ନଜାଣେ ।