ଅନନ୍ତ ଅପେକ୍ଷା
ଅନନ୍ତ ଅପେକ୍ଷା
ଅନନ୍ତ ଅପେକ୍ଷା
ହାତ ସାଉଁଳୁ ସାଉଁଳୁ ଦେଖିଲି
ପକ୍ବ କେଶର ଆତ୍ମ ନେପଦୀ
ଗଲି ସୌରୀନ୍ଦ୍ର ବାରିକଂକ ଦୋକାନକୁ
ଏ ଯାଏ କେହି କହୁଣୀ ବା ହାତର
ପକ୍ବ କେଶ କାଟି ନାହାତି
ମୋ ଆଜ୍ମା କହିଲା-
ଏହା ପରିଣତ ବୟସର ସୂଚକାଙ୍କ
ଏଥରେ ପୁଂଜି ନିବେଶ କରାନା
ମାସକୁ ଥରେ କେଶ କଲର୍ କରିବା
ଏବେ ନିତିଦିନିଆ ଘଟଣା
ଯିଏ ନ କଲା-
ତାକୁ କ’ଣ ଫରକ୍ ପଡିଲା ?
ନଦୀ ବି ଶୁଖିଯାଏ ଫେଶନ୍ର ରୋଷଣୀରେ
କିଂତୁ ଚାଷୀର ଜମି ଥାଏ ଅପ୍ରଭାବିତ
ନାରୀ ମାନଂକର ସୌଦର୍ଯ୍ୟ
ବି ଦିନେ ନଷ୍ଟ ହୋଇଯାଏ
ହଜିଯାଏ ସବୁଜ ସ୍ମୃତିର ଫସିଲ୍ରେ
ଦୂର ଦିଗ୍ବଳୟ ତଳେ ଚାତକ ପକ୍ଷୀଟିଏ
ଥାଏ ବର୍ଷାର ଆଗମନୀ ସଂଗୀତରେ
ଜ୍ବଳଂତ ଅଗ୍ନିଙ୍କୁଡ ପାଲଟି ଥିବା ସହରର
ଅଧିର ଅପେକ୍ଷା ମୌସୁମୀର ଆଗମନକୁ
ଙ୍ଗୁଠିତ ମୌସୁମୀର ଧୀର ପଦପାତରେ
ସରିଯାଏ ଏକ ଅବୋଲକରା କାହାଣୀ ।
