Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabanisankar Pandeyt

Classics

3  

Bhabanisankar Pandeyt

Classics

ଜୀବନ

ଜୀବନ

1 min
105


ଜୀବନ

ଜୀବନରୁ ମୁହୂର୍ତ୍ତ ଗୁଡାଏ ଚୋରାଇ

ପର୍ସରେ ରଖି ଚାଲିଲି ।

ଆରାମ୍ର ଖର୍ଚ୍ଚ କରିବି

ଏହି ଭାବନାରେ ରହିଲି ।

ପକେଟ୍ ଖର୍ଚ୍ଚ ବଢି ଚାଲିଲା

ତାହାର ଭରଣା କରି ଚାଲିଲି ।

ଖୁସି ସବୁ ଆସିଲା ଓ ଗଲା

ମୁଁ କେବଳ ଦେଖୁ ଚାଲିଲି ।

ଦିନେ ଫୁରସତରେ ଭାବିଲି

ଆଜି ନିଜକୁ ଖୁସ୍ କରିବି ।

ପର୍ସ ଖୋଲିଲି-ଶୂନ୍ୟ ଶୂନ୍ୟ ମହାଶୂନ୍ୟ

ନା ମୁହୂର୍ତ୍ତ ନା ଆଉ କିଛି ।

ଫୁରସତ୍ ପାଇଥିବାରୁ ଭାବିଲି

ନିଜକୁ ଟିକିଏ ଦେଖିବାକୁ ।

ଦର୍ପଣରେ ଦେଖି ଚିହ୍ନି ପାରିଲିନି

ଧ୍ୟାନରେ ସହ ଦେଖିଲି ବାଳଗୁଡାକ ରୂପାପରି ଧଳା

ଥୁଲା ତ ମୋ ପରି କିନ୍ତୁ କେଜାଣି କିଏ ଠିଆ ହୋଇଥିଲା ।



Rate this content
Log in

Similar oriya poem from Classics