ଅନନ୍ତ ଅପେକ୍ଷା
ଅନନ୍ତ ଅପେକ୍ଷା
ହାତ ସାଉଁଳଉ ସାଉଁଳଉ ଦେଖିଲି
ପକ୍ବ କେଶର ଆତ୍ମ ନେପଦୀ
ଗଲି ସୌରୀନ୍ଦ୍ର ବାରିକଙ୍କ ଦୋକାନକୁ
ଏ ଯାଏ କେହି କହୁଣୀ ବା ହାତର
ପକ୍ବ କେଶ କାଟି ନାହାତି
ମୋ ଆଜ୍ମା କହିଲା-
ଏହା ପରିଣତ ବୟସର ସୂଚକାଙ୍କ
ଏଥରେ ପୁଞ୍ଜି ନିବେଶ କରାନା
ମାସକୁ ଥରେ କେଶ କଲର୍ କରିବା
ଏବେ ନିତିଦିନିଆ ଘଟଣା
ଯିଏ ନ କଲା- ତାକୁ
କ’ଣ ଫରକ୍ ପଡିଲା ?
ନଦୀ ବି ଶୁଖିଯାଏ ଫେଶନ୍ର ରୋଷଣୀରେ
କିନ୍ତୁ ଚାଷୀର ଜମି ଥାଏ ଅପ୍ରଭାବିତ
ନାରୀ ମାନଙ୍କ ସୌନ୍ଦର୍ଯ୍ୟ
ବି ଦିନେ ନଷ୍ଟ ହୋଇଯାଏ
ହଜିଯାଏ ସବୁଜ ସ୍ମୃତିର ଫସିଲ୍ରେ
ଦୂର ଦିଗ୍ବଳୟ ତଳେ ଚାତକ ପକ୍ଷୀଟିଏ
ଥାଏ ବର୍ଷାର ଆଗମନୀ ସଙ୍ଗୀତ
ଜ୍ୱଳନ୍ତ ଅଗ୍ନିକୁଣ୍ଡ ପାଲଟି ଥିବା ସହରର
ଅଧିର ଅପେକ୍ଷା ମୌସୁମୀର ଆଗମନକୁ
କୁଣ୍ଠିତ ମୌସୁମୀର ଧୀର ପଦପାତରେ
ସରିଯାଏ ଏକ ଅବୋଲକରା କାହାଣୀ ।
