STORYMIRROR

Bhabanisankar Pandeyt

Romance

4  

Bhabanisankar Pandeyt

Romance

ପ୍ରିୟା (୨)

ପ୍ରିୟା (୨)

1 min
297


ଏବେ ମୋ ଦୃଷ୍ଟିର ପରିସୀମାରେ

ଧୂମ୍ରାଭ ଦିଗନ୍ତ, ଘୁମନ୍ତ ମୋ ପ୍ରିୟା

ଅନନ୍ତ ନୀଳିମାରେ ପରିବ୍ୟାପ୍ତ ମୋ ପ୍ରିୟା

ଲୁହ ଦେଇ ଆଣିଦେବି ହସ ଜହ୍ନ ରାତି

ଦୂର ଗଗନରୁ ଶୁତ ବଂଶୀର ସୁମଧୁର ସୁରେ

ତୁମର ପ୍ରତିଟି ରାତିରେ ଭରିଦେବି ବିରହର ମୂର୍ଚ୍ଚନା

ରୋମାଂଚିତ, ପ୍ରୀତିଶିହରିତ ଝଡ ମାନଂକରେ

ତୁମର ପ୍ରତିଟି ମଂତ୍ରୀରେ ବହିଯିବ ଅସଂଭବ ଏକ ଝଡ

ନୀରବତାର ଅଦ୍ଭୁତ ଭାଷାରେ-ମିଳନର ଅଞ୍ଛଳ ବେଳାରେ

ବାଂଧ୍ ନେବି ତୁମକୁ ଅକ୍ଟୋପସୀ ବାହୁ ବଂଧନରେ

ତୁମ ଦେହର ମାନଚିତ୍ରରେ ଛାଡିଯିବି ରଂବନର ଚିହ୍ନ

ତୁମର ନିଟୋଳ ଅବୟବର ରସାଳ ଫଳରେ

ରହିଯିବ ଦନ୍ତ ନଖ ଚିହ୍ନ

ଚୋରା ଚୋରା ପ୍ରୀତିର ଚଉହଦୀରେ

ବହି ଆସିବ ମିଳନର ଚୋରା ସମୀରଣ

ଶାଶ୍ୱତ ପ୍ରେମର କୌମୁଦୀ ସୌରଭ

ମଳୟ ନେଇ ଆସିବ ବିରହୀ ଯକ୍ଷର ଠିକଣା

ମୋର ଆମ୍ବରମଣର ପର୍ବ ସମାହିତ ହେବ

ଆତ୍ମନିରୀକ୍ଷଣର ମାହଂଦ୍ର ବେଳାରେ

ଯେବେ ଶାଂତିଦୂତ ଆସିବେ ସଂପ୍ରୀତିର ଶାହାନାଇରେ

ମୋ ଭିତରର କବି ଗାଇବ ସବ୍‌ରଂଗ୍ ଶାୟରୀ

ଚିଂତା ଓ ଦ୍ୟୋତନାର ବନାନୀର ଶୁଭିବ

ନୂତନ କାକଳୀର ଆହ୍ଵାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance