ମାସର ଆମ ତ୍ରଣମୃତ୍ୟୁର ଘୋଡ଼ାବେପା
ମାସର ଆମ ତ୍ରଣମୃତ୍ୟୁର ଘୋଡ଼ାବେପା
ମାସର ଆମ ତ୍ରଣ
ମୃତ୍ୟୁର ଘୋଡ଼ାବେପାର କରୁଥିବା
ଶଇତାନ୍ ମୁହଁରେ କଳାହସ
ଏକ ଅପରୂପା ନାରୀର ଶବ ସହ
ସହବାସ କରୁଛତି ଦିଗଭ୍ରଷ୍ଟ ଯୁବଗୋଷ୍ଠୀ
ବ୍ୟାପକ ଅନୀତି ଭରା ସମାଜରେ
ନୀତିକତି ଏକ ଦିବାସ୍ୱପ୍ନ
ସ୍ଵପ୍ନର ଇଲାକାର ଉଡି ବୁଲୁଥିବା ଅପ୍ସରା
ଅଯାଚିତ ନିମଂତ୍ରଣ ଦିଏ ମାଂସର
ଆରଣ୍ୟକ ମଣିଷ ସହଜରେ ଧରାପଡେ
ଦୁର୍ନୀତି ଓ ବେଇମାନୀର କାଳ ଫାଶରେ
ସେଠି ନୀତିଶିକ୍ଷା ଏକ ସୁଦୂର ପରାହତ ସ୍ଵପ୍ନ
ବାସ୍ତବିକତାରେ ନୈତିକ ମୂଲ୍ୟବୋଧ ଏଠି ଅପଗ୍ରେୟ
ସୁଦୁର ଜଂଗଲରେ ହେଟାବାଘ ଟିଏ ଦୌଡିଯାଏ
ନିରୀହ ମୃଗଶାବକ ପାଲଟେ ବଳିର ଛାଗଳ
ପୂଣଧରା ବ୍ୟବସ୍ଥାର ମାନଚିତ୍ରେ ଯୋଡି ହୋଯାଏ
ଅପଖ୍ୟାତିର ଆଏ ଏକ ଅଧ୍ୟାୟ
ନାରୀମାଂସର ପ୍ରଜ୍ବଳିତ ଦାବାଗ୍ନିରେ
ଭସ୍ମୀଭୁତ ହୋଇଯାଏ ସକାଳ ସଂତାନ
କେବଳ ନିରୁତା ଅପେକ୍ଷା ଅଂଧଗଳିର ସୂର୍ଯ୍ୟକୁ ।।
