Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Romance

3  

Jayashree Das

Romance

କେତେଦୂରେ

କେତେଦୂରେ

1 min
129



ମନ ସିନ୍ଧୁକରେ ସାଇତି ରଖିଲି

   ବନ୍ଧୁ ହେ ତୁମ ପ୍ରୀତିକୁ

ଚାହିଁଲେ ବି ମୁହିଁ ଜଣାଇ ପାରୁନି

   ଡ଼ରୁଛି ସମାଜ ଭୀତିକୁ l


ଭଲପାଇବାର ସୀମାରେଖା ନାହିଁ

  ଅସୀମ ତାହାର ପରିସୀମା

ତନୁମନ ଆଉ ହୃଦୟ କନ୍ଦରେ

  କରିସାରିଛି ସେ ପରିକ୍ରମା l


ପାଇବାରେ ନାହିଁ ତ୍ୟାଗରେ ବ୍ୟାପ୍ତଯେ

   ଭଲ ପାଇବାର କ୍ଷେତ୍ରଫଳ

ରଖିଛି ରଖିବି ଜୀବନରେ ମୁହିଁ

   ତୁମେ ବୋଧେ ମୋର ତପଫଳ l


ମଣିଷ ଜୀବନ ଅଢେଇ ଦିନିଆ

   କେତେବେଳେ ସରିଯିବ

ତୁମ ପାଇଁ ମୁଁ ମୋ ପାଇଁ ତୁମେ

   ବନ୍ଧୁତ୍ୱ ଏମିତି ରହିଥିବ l


କଥାଦିଅ ବନ୍ଧୁ ଚାଲିଯିବ ନାହିଁ

   ବଞ୍ଚିଥିବି ମୁହିଁ ଯେତେଦିନ

ଯେଉଁଠି ଥିଲେବି ସ୍ନେହ ଟିକେ ଥାଉ

   ଏତିକି କରୁଛି ନିବେଦନ l


Rate this content
Log in

Similar oriya poem from Romance