STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଜୀବନ ନାଟକ

ଜୀବନ ନାଟକ

1 min
188


ଜୀବନ ହେଉଛି ଗୋଟିଏ ନାଟକ

       ଏ ଦୁନିଆ ରଙ୍ଗ ମଞ୍ଚ

ପ୍ରତି ମଣିଷ ଯେ ଅଭିନୟ ସାରି

      ବାହୁଡନ୍ତି ଶୂନ୍ୟ ପଥ।


ନିର୍ଦ୍ଧେଶକ ଜଣେ ତାଙ୍କରି ହାତରେ

       ସମସ୍ତଙ୍କ ଭାଗ୍ୟ ଡୋରି

ନାଟକ ସରିଲେ ଯବନିକା ପଡେ

       ନିନ୍ଦା ପରସଂଶା ଭାରି।


ନିଜ କର୍ମ ଫଳ ଭୋଗୁଥାନ୍ତି ପ୍ରାଣୀ

       ଜୀବନର ନାଟକରେ

ଜନ୍ମ ପରେ ଜନ୍ମ ଗଡି ଚାଲିଥାଏ

       ମୁକ୍ତି ପାଇଁ ଅପେକ୍ଷାରେ।


ମୁକତି ପଥକୁ ଚାହିଁ ବସି ଅଛୁ

      ମୁକ୍ତି ଦାତା ଜଗନ୍ନାଥ

ଦିଅ ହେ ଆଶିଷ ମୋ ଜୀବନ ସ୍ଵାମୀ

       ପୂର୍ଣ୍ଣ କର ମନୋରଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action