STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଜୟ ଶିବ ଶଙ୍କର

ଜୟ ଶିବ ଶଙ୍କର

1 min
190


ମହାଦେବ ତୁମ୍ଭେ ଦେବ ଦେବ

ବେଲପତରରେ ମନ,

ଶିବ ଶିବ ତୁମ୍ଭେ ଆଶୁତୋଷ

ଦୁଦୁରା ଫୁଲର ସ୍ଥାନ।

ଭୋଳା ଶଙ୍କର ତୁମ୍ଭେ ବେଲେଶ୍ୱର

ତୁମେ ହିଁ ତ୍ରିନୟନ,

ମହେଶ୍ୱର ତୁମ୍ଭେ କାଶୀ ବିଶ୍ବନାଥ

କରୁ ତୁମରି ପୂଜନ।

ନୀଳକଣ୍ଠ ତୁମ୍ଭେ ଯେଉଁଠି ଗୁପ୍ତେଶ୍ୱର

ଦେଲ ଭଗବାନ ଦର୍ଶନ,

ବିଶ୍ୱନାଥ ତୁମ୍ଭେ ଆମ ମହେଶ୍ୱର

ଘେନ କସ୍ତୁରୀ ଚନ୍ଦନ।

କପିଳେଶ୍ୱର ତୁମ୍ଭେ ହଟ୍ଟକେଶ୍ୱର

ଘେନ ପ୍ରଭୁ ନିବେଦନ,

ତୁମ୍ଭେ ଶିବ ତୁମ୍ଭେ ଶିବା ତ୍ରିଜଟାଶ୍ୱର

ଆହେ ବିଶ୍ୱମୋହନ।

ହରିହର ତୁମ୍ଭେ ହରିରାଜପୁରର

ବଳବାନ ମହିଆନ,

ଖଜୁରୀଶ୍ୱର ତୁମ୍ଭେ ପରା ବ୍ରହ୍ମେଶ୍ୱର

ଗରିମାରେ ଗରିଆନ।

ଲଡ଼ୁକେଶ୍ୱର ତୁମ୍ଭେ ମଧ୍ୟ କୁମାରେଶ୍ୱର

କୃପା କରହେ ମୋହନ,

ବାଲୁଙ୍କେଶ୍ୱର ତୁମ୍ଭେ ଅନନ୍ତେଶ୍ଵର

କରୁଅଛୁ ପ୍ରଣାମ ଅଭିନନ୍ଦନ।

ତୁମେ ନୀଳକଣ୍ଠ ତୁମ୍ଭେ ଆଶୁତୋଷ

ହିମାଳୟ ତୁମ ଭୁବନ,

ନିରାଶାରେ ଆଶା ତୁମ୍ଭେ ହରିହର

ରକ୍ଷାକର ସବୁରି ଜୀବ ଜୀବନ,

ହରିରାଜପୁର ମହାଦେବ ପଶ୍ଚିମେଶ୍ୱର

ଜୟ ତ୍ରୈଲୋକ୍ୟନାଥ ଦିଅ ଦର୍ଶନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action