STORYMIRROR

Kabiratna Nutan Kumar Behera

Romance Action Classics

3  

Kabiratna Nutan Kumar Behera

Romance Action Classics

ଦିନେ ନଦେଖିଲେ ତୁମକୁ

ଦିନେ ନଦେଖିଲେ ତୁମକୁ

1 min
192

   


କି କିମିଆ କରିଛ ଗୋ ପ୍ରିୟତମା

ଦିନେ ନଦେଖିଲେ ତୁମକୁ

ଅନ୍ଧାର ଦିଶେ ମୋତେ ଭୂମିରୁ ଭୂମା

ତୁମ ବିନା ଏକା ଏକା କିଛି ବି

ଭଲ ଲାଗୁନି ମୋତେ ଜମା

ତୁମେ ମୋ ମନର ମୁକ୍ତ ଆକାଶରେ 

ହସକୁରି ମଧୁଝରା ପୁନେଇଁ ଚନ୍ଦ୍ରମା

ରୂପ ଲାବଣ୍ୟର ଜୀବନ୍ତ ପ୍ରତିମା

ତୁମ ସାଥେ ଭଲା କିଏ ହେବ ସରି

କାହାର ଅବା ଦେବି ମୁଁ ଉପମା

ପାଶେ ବସିଥିଲେ ତୁମେ ଗୋ ପ୍ରିୟତମା

ରହେ ନାହିଁ ମୋ ଆନନ୍ଦର ସୀମା

ଅପୂର୍ବ ତୁମର ପ୍ରେମ ପ୍ରୀତିର ମହିମା

ଦିନେ ନ ଦେଖିଲେ ତୁମକୁ,

ଲାଗେ ମୋତେ ବନ୍ଦ ହେଲାପରି

ମୋ ହୃଦୟର ହୃଦ୍ ସ୍ପନ୍ଦନ

ତୁମେ ରୂପସୀ ଗୋ ମୋ ପ୍ରିୟତମା

ମୋ ଜୀବନେ ଭରି ଦେଇଛ ଜୀବନ

ତୁମ ତୁନି ତୁନି କଥା ଅତି ମଧୁର

ପ୍ରାଣକୁ ଛୁଇଁଯାଏ ଶୀତଳ ହୁଏ ପରାଣ

ହସରୁ ତୁମର ଝରି ପଡ଼େ

ଚୁନା ଚୁନା ରୂପେଲି ଜୋଛନା

ବାସ୍ତବ କରିଦିଅ ତୁମେ ମୋ ସପନ

ତୁମେ ମୋ ଭାବନା ମୋ କଳ୍ପନା

ଦିଅ ମୋତେ ପ୍ରେରଣା କର ଆହ୍ଵାନ

ଦିନେ ନଦେଖିଲେ ତୁମକୁ,

ସବୁ ଲାଗେ ମୋତେ ଶୂନ୍ୟ ଶୂନ୍ୟ

ତୁମକୁ ପାଇ ମୁଁ ହୋଇଛି ଧନ୍ୟ

ଏ ଜୀବନେ ତୁମେ ପାଶେ ନାହିଁ ମୋର

କରିବାକୁ କିଛି ବି କାର୍ପଣ୍ୟ

ତୁମ ଭଲପାଇବା ମୋ ପାଇଁ ଅସାମାନ୍ୟ

ବିନିମୟରେ ମାଗ ଯାହା ମୋତେ

ଅକୁଣ୍ଠିତେ ଦିଏ ମୁଁ ନକରି ଅମାନ୍ୟ

ତୁମପାଇଁ ସବୁ ଆଶା ମୋର ହୁଏ ପୂର୍ଣ୍ଣ

ସବୁବେଳେ ତୁମକୁ ଦିଏ ମୁଁ ପ୍ରାଧାନ୍ୟ

ଦିନେ ନ ଦେଖିଲେ ତୁମକୁ,

ମୋ ରଙ୍ଗୀନ ଦୁନିଆ ଦିଶେ ବିବର୍ଣ୍ଣ।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance