ଦିନେ ନଦେଖିଲେ ତୁମକୁ
ଦିନେ ନଦେଖିଲେ ତୁମକୁ
କି କିମିଆ କରିଛ ଗୋ ପ୍ରିୟତମା
ଦିନେ ନଦେଖିଲେ ତୁମକୁ
ଅନ୍ଧାର ଦିଶେ ମୋତେ ଭୂମିରୁ ଭୂମା
ତୁମ ବିନା ଏକା ଏକା କିଛି ବି
ଭଲ ଲାଗୁନି ମୋତେ ଜମା
ତୁମେ ମୋ ମନର ମୁକ୍ତ ଆକାଶରେ
ହସକୁରି ମଧୁଝରା ପୁନେଇଁ ଚନ୍ଦ୍ରମା
ରୂପ ଲାବଣ୍ୟର ଜୀବନ୍ତ ପ୍ରତିମା
ତୁମ ସାଥେ ଭଲା କିଏ ହେବ ସରି
କାହାର ଅବା ଦେବି ମୁଁ ଉପମା
ପାଶେ ବସିଥିଲେ ତୁମେ ଗୋ ପ୍ରିୟତମା
ରହେ ନାହିଁ ମୋ ଆନନ୍ଦର ସୀମା
ଅପୂର୍ବ ତୁମର ପ୍ରେମ ପ୍ରୀତିର ମହିମା
ଦିନେ ନ ଦେଖିଲେ ତୁମକୁ,
ଲାଗେ ମୋତେ ବନ୍ଦ ହେଲାପରି
ମୋ ହୃଦୟର ହୃଦ୍ ସ୍ପନ୍ଦନ
ତୁମେ ରୂପସୀ ଗୋ ମୋ ପ୍ରିୟତମା
ମୋ ଜୀବନେ ଭରି ଦେଇଛ ଜୀବନ
ତୁମ ତୁନି ତୁନି କଥା ଅତି ମଧୁର
ପ୍ରାଣକୁ ଛୁଇଁଯାଏ ଶୀତଳ ହୁଏ ପରାଣ
ହସରୁ ତୁମର ଝରି ପଡ଼େ
ଚୁନା ଚୁନା ରୂପେଲି ଜୋଛନା
ବାସ୍ତବ କରିଦିଅ ତୁମେ ମୋ ସପନ
ତୁମେ ମୋ ଭାବନା ମୋ କଳ୍ପନା
ଦିଅ ମୋତେ ପ୍ରେରଣା କର ଆହ୍ଵାନ
ଦିନେ ନଦେଖିଲେ ତୁମକୁ,
ସବୁ ଲାଗେ ମୋତେ ଶୂନ୍ୟ ଶୂନ୍ୟ
ତୁମକୁ ପାଇ ମୁଁ ହୋଇଛି ଧନ୍ୟ
ଏ ଜୀବନେ ତୁମେ ପାଶେ ନାହିଁ ମୋର
କରିବାକୁ କିଛି ବି କାର୍ପଣ୍ୟ
ତୁମ ଭଲପାଇବା ମୋ ପାଇଁ ଅସାମାନ୍ୟ
ବିନିମୟରେ ମାଗ ଯାହା ମୋତେ
ଅକୁଣ୍ଠିତେ ଦିଏ ମୁଁ ନକରି ଅମାନ୍ୟ
ତୁମପାଇଁ ସବୁ ଆଶା ମୋର ହୁଏ ପୂର୍ଣ୍ଣ
ସବୁବେଳେ ତୁମକୁ ଦିଏ ମୁଁ ପ୍ରାଧାନ୍ୟ
ଦିନେ ନ ଦେଖିଲେ ତୁମକୁ,
ମୋ ରଙ୍ଗୀନ ଦୁନିଆ ଦିଶେ ବିବର୍ଣ୍ଣ।