STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ଜଣେ ଅଶୁଭ ମଣିଷ କଥା

ଜଣେ ଅଶୁଭ ମଣିଷ କଥା

1 min
198


ତା' ଆଗମନେ

ଫୁଲରୁ ଫେଡ଼ିଯାଏ ସୁବାସ

ରକ୍ତବର୍ଣ୍ଣ ହୁଏ, ଭୟ ଆଣେ ମନେ

ନିର୍ମଳ ସୁନୀଳ ଆକାଶ

ତା' ଉପସ୍ଥିତିରେ 

ଛାଇଯାଏ ନୀରବତା 

ଭାଙ୍ଗିଦିଏ କୋଳାହଳର କଳସ

ଆଲୋଚନାର ବିଷୟ

ଯାଏ ବଦଳି ମୁହୁର୍ତ୍ତରେ

ସେ କ'ଣ ଜଣେ ଅଶୁଭ ମଣିଷ l


ତା' ଛାଇ ପଡ଼ିଲେ

ହସର ସମ୍ମିଳନୀ କକ୍ଷରେ

ବୋଧେ ବିଷାଦର ବାଲିଯାତ୍ରା ଆସେ, 

ତା' କଥା ମନେପଡ଼ିଲେ

ଖଟାମିଠା କଥାର ବ୍ୟଞ୍ଜନ ଯେତେ

ପିତାପିତା, କଷାକଷା ଲାଗେ

ସେ ଲୁହର ବର୍ଣ୍ଣନା କରେ

ତାର ମୁଖରୁ ଦୁଃଖର ଗପ ଶୁଣିଲେ

ଗୁମସୁମ୍ ହୋଇଯାଏ ପରିବେଶ

ସେ କ'ଣ ସତରେ ଅଶୁଭ ମଣିଷ l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract