STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ବହୁ ତୀର୍ଥ ଭ୍ରମି

ବହୁ ତୀର୍ଥ ଭ୍ରମି

1 min
159


 ବହୁ ତୀର୍ଥ ଭ୍ରମି ପୁରୀ ଧାମେ ଯେବେ

        ହୋଇଥିଲି ଉପସ୍ଥିତ

ମହୋଦଧି ତୀରେ ଫେନିଳ ଲହରୀ

         ହେଉଥିଲା ଯେ ଫୁଲିତ।

ପ୍ରତିଟି ଲହରୀ ନିତ୍ଯ ଜପୁଥାଏ

        କାଳିଆର ବେଦବାଣୀ

ଗଗନ ପବନ ସ୍ଵର ତୋଳୁ ଥାଏ

        ବାନା ପତିତ ପାବନି।

ତାଳ ବଣିଆ ଠୁଁ ସ୍ବର୍ଗ ଦ୍ଵାର ଯାଏ

       ଆବର ବଳିଆପଣ୍ଡା

ବାଲି ବନ୍ତ ବାଲି ବିସ୍ତାରି ଯାଇଛି

       କେତେ ତ ଗଲେଣି ଭେଣ୍ଡା।

ସବୁ କଥା ଏବେ ପାଶୋରି ହେଲାଣି

        ଜଗନ୍ନାଥ ତାର ସାକ୍ଷୀ

ଯୁଗ ଯୁଗ ପାଇଁ ଏମିତିକା ଲୀଳା

        ଜଗତ ଜନରେ ରଖି।

ଭକତ ଗହଣେ ମଜ୍ଜି ଯାଉଛନ୍ତି

       ତେର ପର୍ବେ ବାର ମାସେ

ଏଭଳି ଠାକୁର ଦେଖିନି କେଉଁଠି

        ଦୟଣା ମହକେ ବାସେ।

ତାଙ୍କ ଅପରୂପ ମୁଖ ଚାହିଁ ଚାହିଁ

        ଭକତ ବି ତରି ଯାଏ

ଶ୍ରୀମନ୍ଦିର ମୋର ସରଗ ଭୁବନ

        ଭାବି ଭାବି ମୁକ୍ତ ହୁଏ।¹

ଦୁଃଖ ବୋଲି କିଛି ବାରି ହୁଏ ନାହିଁ

        କାଳିଆ ସାଆନ୍ତ ନାମେ

ରଖିବ ମୋ କଥା ପ୍ରଭୁ ଚକାଡୋଳା

         ସ୍ଥାନ ଦିଅ ତୁମ ଧାମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action