STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ଆସ ଆସ ହେ ନବ ବର୍ଷ

ଆସ ଆସ ହେ ନବ ବର୍ଷ

1 min
189

    

ଆସ ଆସ ହେ ନବ ବର୍ଷ

ତୁମକୁ ସ୍ବାଗତ କରୁଛୁ ସଭିଏଁ

ହୃଦୟରୁ ଶୁଭେଚ୍ଛା ଦେଇ ଅଶେଷ

ସାଥେ ତୁମର ନେଇ ଆସ

ଅସରନ୍ତି ସୁଖ ଶାନ୍ତି ସନ୍ତୋଷ 

ହସଖୁସି ଆନନ୍ଦ ଉଲ୍ଲାସ 

ସାରା ସଂସାରକୁ ଦିଅ ଶୁଭ ସନ୍ଦେଶ।

ଆସ ଆସ ହେ ନବ ବର୍ଷ

ଅଭିନନ୍ଦନର ଅଭିବାଦନ ତୁମକୁ

ଜଣାଏ ଏ ସମଗ୍ର ବିଶ୍ବ

ସବୁ ଦେଶ ସବୁ ଜାତିର ହେଉ ବିକାଶ

ପ୍ରଗତିର ପଥେ ଚାଲୁ ମାନବ ସମାଜ

କାହାରି ମନେ ନ ଆସୁ ହିଂସା ଦ୍ବେଷ

ସବୁରି ଉପରେ ରହୁ ଭରସା ବିଶ୍ବାସ।

ଆସ ଆସ ହେ ନବ ବର୍ଷ

ସରାଗରେ ପାଛୋଟି ନେବୁ ତୁମକୁ

ଆତିଥ୍ୟରେ ଦେଇ ଅଜସ୍ର ସମ୍ମାନ 

ହୃଦୟରୁ ଢାଳି ଦେବୁ ଶ୍ରଦ୍ଧାର ପୀୟୂଷ

ଦୂରେଇ ଯାଉ ଭେଦାଭେଦ

ଏ ମଣିଷ ଆଉ ନ ହେଉ ହିଂସ୍ର

ସୁସ୍ଥ ସବଳ ନିରୋଗରେ କରୁ ବସବାସ

ସବୁରି ଅଧରରେ ଫୁଟୁ ମଧୁର ହସ।

ଆସ ଆସ ହେ ନବ ବର୍ଷ

ତୁମ ଆଗମନେ ଭରିଯାଉ ହର୍ଷ

ସତ୍ୟ ଅହିଂସାର ହେଉ ପରିପ୍ରକାଶ 

ଧନ ଧାନ୍ୟରେ ସମୃଦ୍ଧିଶାଳୀ ହୋଇ

ହସୁ ଏ ସୁନାର ଭାରତ ବର୍ଷ,

ମନ ପ୍ରାଣ ହୋଇ ସୁବାସେ ସରସ

ସ୍ଵଚ୍ଛ ନିର୍ମଳ ସୁନ୍ଦର ହେଉ ପରିବେଶ।

ଆସ ଆସ ହେ ନବ ବର୍ଷ l

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action