STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ନୂଆ ବରଷ ଆସୁଛି

ନୂଆ ବରଷ ଆସୁଛି

1 min
190

       

ନୂଆ ବରଷ ଆସୁଛି

ନୂଆ ବରଷ ଆସୁଛି

ଗାଆଁରୁ ସାରା ସହର ଚମକୁଛି

ମାଇକ୍ ବାଜା ବାଜୁଛି

ମାଇକ୍ ବାଜା ବାଜୁଛି

ବାଟ ଘାଟ ସବୁ ଉଠୁଛି ପଡୁଛି

ନୂଆ ବରଷ ଆସୁଛି

. ନୂଆ ବରଷ ଆସୁଛି।

ଚାରିଆଡ଼େ ସୁନ୍ଦର ତୋରଣ

            ଶୁଭେଚ୍ଛା ବାର୍ତ୍ତା ଅଭିନନ୍ଦନ

ଖାଇବା ପିଇବା ଆୟୋଜନ

         ଯୋଜନା ହୁଏ କେତେ କଅଣ।

ବଜାର ଭିଡ଼ ଦୋକାନ ଜାମ୍

            କିଣା ହୁଏ ଦେଖି ଦରଦାମ୍

ଯା'ର ଦରକାର ଯା' ସରଞ୍ଜାମ୍

           ଯୋଗାଡ଼ କରି ନିଏ ବିଶ୍ରାମ୍।     

ନୂଆ ବରଷ ଆସୁଛି

. ନୂଆ ବରଷ ଆସୁଛି

ହୋଟେଲ୍ ଲଜ୍ ହୁଅଇ ବୁକ୍

           ଦିଲ୍ ଦିୱ୍ବାନା ସ୍ମାଇଲ୍ ଲୁକ୍

ରଙ୍ଗୀନ୍ ଆଲୁଅର ସଉକ୍

           ସପନ ଦେଖାର ନାହିଁ ରୁକ୍।

ଆନନ୍ଦ ଉଲ୍ଲାସର ମାହୋଲ୍

         କରନ୍ତି ଯା'କୁ ଯା' ଲାଗେ ଭଲ୍

ଆସେ କେତେ କେତେ ଫୋନ୍ କଲ୍

            ସହରଟା ହୁଏ ହଲ୍ ଚଲ୍।

ନୂଆ ବରଷ ଆସୁଛି

ନୂଆ ବରଷ ଆସୁଛି

ମଜା ମଉଜେ ମନୋରଞ୍ଜନ

            କରି ବିତିଯାଉ ରାତିଦିନ,

ପୂରଣ ହେଉ ସବୁ ସପନ

          ସୁଖ ଶାନ୍ତିରେ କଟୁ ଜୀବନ।

ନୂଆବର୍ଷ ପରି ଏ ଆନନ୍ଦ

            ରହିଥାଉ ନ ଆସୁ ବିପଦ,   

ଆଖିକୁ ଆସୁ ସୁଖର ନିଦ

          ଦୂରେଇ ଯାଉ ଦୁଃଖ ବିଷାଦ।   

ନୂଆ ବରଷ ଆସୁଛି

ନୂଆ ବରଷ ଆସୁଛି l

         


      


           


           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action