STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

।୨୦୨୩। ନବ ବର୍ଷର ଅଭିନନ୍ଦନ।୨୦୨୩।

।୨୦୨୩। ନବ ବର୍ଷର ଅଭିନନ୍ଦନ।୨୦୨୩।

1 min
163


ଅଭିନନ୍ଦନ ଅଭିନନ୍ଦନ 

         ନବ ବର୍ଷର ଅଭିନନ୍ଦନ

ହୃଦୟର ଏହି ମୋ ସ୍ପନ୍ଦନ 

      ଶ୍ରଦ୍ଧାରେ କରୁଅଛି ଜ୍ଞାପନ। 

ଅଭିନନ୍ଦନ

ସମୟର ସ୍ରୋତ ଧାବମାନ 

        ହିସାବ ତ ତାର ଅକଳନ,

ଚାଲିଗଲେ ଥରେ ଏଇ ଦିନ 

      ସ୍ମୃତି ତାର ଝୁରେ ଖାଲି ମନ। 

ଅଭିନନ୍ଦନ

ଋତୁ ବଦଳେ ବଦଳେ ମନ 

       ଦୁଃଖ ରହେ ନାହିଁ ଚିରଦିନ

ଖରା ଛାଇ ପରି ଘନ ଘନ 

        ବଦଳୁଥାଏ ସେ ନିତିଦିନ।

ଅଭିନନ୍ଦନ

ଅତୀତ ସ୍ମୃତି ସାଇତା ସପନ 

     ମନେ ତଳେ ଥାଏ ସେ ଗୋପନ

ପ୍ରେରଣା ବୀଜ କରି ବପନ 

       ଭବିଷ୍ୟତକୁ କରେ ଆହ୍ଵାନ।

ଅଭିନନ୍ଦନ

ଆଜିର ଦିନ ହୋଇ ସୁଦିନ 

        କାଲିକୁ ଆସୁ କରି ଯତନ

ସଫଳ ହେଉ ଏଇ ଜୀବନ 

       ଆନନ୍ଦେ ନାଚିବ ଏ ଭୁବନ। 

ଅଭିନନ୍ଦନ

ଭାଇ ବନ୍ଧୁ ଆତ୍ମୀୟ ସଜନ 

      ସଙ୍ଗେ ଯେତେ ପରିବାର ଜନ

ସଭିଙ୍କର ସୁସ୍ଥ ରହୁ ପ୍ରାଣ 

       ଦୂରେଇ ଯାଇ ଦୁଃଖର ଦିନ।

ଅଭିନନ୍ଦନ

ଆତ୍ମବିଶ୍ୱାସରେ ରଖି ଧ୍ୟାନ

       ସଫଳ ହେଉ ଆଖିର ସପନ

ଶ୍ରମ ସାଧନାରେ ଦେଇ ମନ

         ମିଳୁ ସଭିଙ୍କୁ ଯଶ ସମ୍ମାନ। 

ଅଭିନନ୍ଦନ

ସବୁରି କଲ୍ୟାଣେ ଅବଦାନ 

         କରି ଏ ଅହିଂସା ଆଚରଣ

ମନବଜାତି ହେଉରେ ଧନ୍ୟ 

         ବସୁଧାରେ ଭରି ଧନଧାନ୍ୟ।


       



Rate this content
Log in

Similar oriya poem from Action