STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ନୂଆବର୍ଷ

ନୂଆବର୍ଷ

1 min
213

          


ନୂଆ ପୁରୁଣାର ହିସାବ ଭିତରେ

ଚାଲେ ଅମୀମାଂସିତ ଜୀବନର ସଂଘର୍ଷ

ଆସି ନାହିଁ ଯିଏ ଅଜଣା ଅଚିହ୍ନା ସେ

ନୂଆ ବୋଲି ମାନସିକତାକୁ କରେ ଉଦବେଳିତ l


ଉତ୍କଣ୍ଠା ଆବେଗ ଆଣି କରାଏ ସକ୍ରିୟ

ଅଦେଖା ସେ ଭବିଷ୍ୟତ ହିଁ ତ ନୂଆ

ଆସେ ବର୍ତ୍ତମାନର ରୂପ ରଙ୍ଗ ନେଇ ସାମ୍ନାକୁ

ସେକେଣ୍ଡ୍ କଣ୍ଟାଟିଏ ଦେଲେ ଥରେ ମୁଣ୍ଡ ଟୁଙ୍ଗାରି l


ନୂଆରୁ ପୁରୁଣା ହୋଇ ହୁଏ ସେ ଅତୀତ 

ତା' ଭିତରେ ଘଟିଯାଏ ଅନେକ କିଛି

ସମୟର ସଠିକ୍ ନିର୍ଦ୍ଧାରଣ କରିବାର ଏ ସୂତ୍ର

ସବୁକୁ ସଜାଇ ସାଇତି ରଖେ ତା' ସାରଣୀରେ l


ଆସୁଥିବା ପ୍ରତିଟି ମୁହୂର୍ତ୍ତ ନୂଆ

ମନର ଉଷ୍ମତାରେ ଭରିଦିଏ ଶିହରଣ

ବିଗତ ତିକ୍ତତାକୁ ଭୁଲି ବଞ୍ଚିବାକୁ କରେ ସାଲିସ୍

ଆଜି ଯାଏଁ ଭେଟିଥିବା ସବୁ ସମୟ l


ହୋଇଛି କିଛି ଭୁଲା ଆଉ କିଛି ଅଭୁଲା ସ୍ମୃତି

ତାକୁ ଓଟାରି ଆଣି ସମୟ କରେ ସ୍ଵାଗତ ଯାହାକୁ

ସେ ନୂଆବର୍ଷ ନୂଆ ଏକ କ୍ୟାଲେଣ୍ଡର

ସଜାଇ ହୋଇଛି ମାସ ପରେ ମାସର ତାରିଖରେ l


ବଢ଼ାଇବାକୁ ବୟସ କମାଇବାକୁ ଆୟୁଷ

ହସକୁ ମାପି ଲୁହକୁ ଚାପି ଗଢ଼ି ଦିଏ ଜୀବନ 

ସ୍ବପ୍ନକୁ ସାକାର କରିବାର ପ୍ରସ୍ତୁତ ହୁଏ ଯୋଜନା

ସମୟର ତାଳ ବେତାଳରେ ଚାଲୁ ଚାଲୁ l


ଝୁଣ୍ଟି ପଡ଼ି ହେଲେ ଲହୁ ଲୁହାଣ

ତୃଷ୍ଣା ଯେତେ ହୋଇ ଯାଏ ବିତୃଷ୍ଣା

ନୂଆବର୍ଷର ସଂକଳ୍ପ ଆପଣାଏ ଆଉ ଏକ ବିକଳ୍ପ

ବିଭ୍ରାନ୍ତିର କୋଳାହଳରେ ନୀରବି ଯାଏ l


ଅନ୍ତରରୁ ସ୍ଵତଃ ପ୍ରବୃତ୍ତ ବାହାରି ଆସୁଥିବା ଶବ୍ଦ

ନୂଆରେ ନ ଥାଏ ଆଉ ସ୍ଵତନ୍ତ୍ର ରୁଚି

ସକାଳର ସଜଫୁଲ ସଞ୍ଜକୁ ମଉଳିଲା ପରି

ମଳିନ ନିସ୍ତେଜ ହୁଏ ଆଶା ଆକାଂକ୍ଷା ସବୁ l


ଆସେ ନୂଆବର୍ଷ ପୁଣି ଥରେ କରି ଦେବାକୁ ସଜାଗ

ତା' ଭିତରେ ନୂଆ କରି ଖୋଜିବାକୁ ଜୀବନ

ଦିଏ ପ୍ରେରଣା ଯୋଗାଏ ଇନ୍ଧନ

ନୂଆବର୍ଷ ବୁଝାଏ ନବୀକରଣର ଦର୍ଶନ।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action