STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ହେ ନୂଆ ବରଷ ! ନୂଆ କିଛି ନେଇ ଆସ

ହେ ନୂଆ ବରଷ ! ନୂଆ କିଛି ନେଇ ଆସ

1 min
168

   


ହେ ନୂଆ ବରଷ ! ନୂଆ କିଛି ନେଇ ଆସ

          ବିରସ ମନେ ଭରି ଦିଅ ମଧୁର ହସ

ଦୁଃଖ କଷ୍ଟ ଯନ୍ତ୍ରଣାରେ ସଢ଼ୁଛନ୍ତି ମଣିଷ 

      ଦୂର କର ଅଛି ଯେତେ ସଂସାରର କ୍ଳେଶ।


ପିଲାରୁ ବୟସ୍କ ହୃଦୟରେ ଅବଶୋଷ

        ରହୁନାହିଁ କାହା ଉପରେ କା'ର ବିଶ୍ଵାସ

କରେ କେ ଆନନ୍ଦ ରହେ କେ ହୋଇ ଉଦାସ

         ବିପଦେ ହୁଏ କିଏ ଅସହାୟ ନିରାଶ।


ହେ ନୂଆ ବରଷ ! ନୂଆ କିଛି ନେଇ ଆସ

         ସୁସ୍ଥ ଚିନ୍ତନର ହେଉ ବିକାଶ ପ୍ରକାଶ

ହୀନ ସ୍ଵାର୍ଥ ତୁଚ୍ଛ ଆଶାର ହେଉ ବିନାଶ

      ଘୃଣା ହିଂସା ଦ୍ୱେଷ ନକରୁ ମନରେ ବାସ।


ସୁଧାରି ନିଅନ୍ତୁ ଯେ ଯା'ର ଅଛି ଯା' ଦୋଷ

       ସ୍ଵାର୍ଥର ଛଳନାରେ କେହି ନହେଉ ବଶ

ଭାବ ବିନିମୟରୁ ଝରୁ ସଦା ପୀୟୂଷ

        ସବୁରି ଜୀବନ ହେଉ ସୁନ୍ଦର ସରସ।


ହେ ନୂଆ ବରଷ ! ନୂଆ କିଛି ନେଇ ଆସ

        ସବୁରି ମନରେ ପ୍ରାଣରେ ଦିଏ ହରଷ

ପ୍ରକୃତ ଭଲ ପାଉ ମଣିଷକୁ ମଣିଷ

      ନରହୁ ମନରେ ଗ୍ଳାନି ହୃଦୟେ ଆକ୍ରୋଶ।


ଅନ୍ୟାୟ ଅନୀତି ଅତ୍ୟାଚାର ହେଉ ଶେଷ

       ପ୍ରାକୃତିକ ବିପର୍ଯ୍ୟୟେ ନହେଉ ବିଧ୍ଵଂସ

ବନ୍ୟା ବାତ୍ୟା ମରୁଡିରେ ନଉଜୁଡୁ ଚାଷ

         ସ୍ଵଚ୍ଛ ସୁନ୍ଦର ରହୁ ଘରର ପରିବେଶ।


ହେ ନୂଆ ବରଷ ! ନୂଆ କିଛି ନେଇ ଆସ

      ଅଛି ଯେତେ ହସ ଖୁସି ଦିଅ ତା' ସନ୍ଦେଶ

ଯିବା ଆସିବାରେ ଚାଲଥିବ ବାରମାସ

       ନୂଆ ହୁଏ ପୁରୁଣା ହେଲେ କ୍ରମବିକାଶ।


ଆସୁଛ ଆସ ରଖି ଯିବ ସୁନାମ ଯଶ

        ସୁରଭିତ ହେଉଥିବ ତାହାର ସୁବାସ।      

ସ୍ନେହ ମମତାର ସୂତ୍ରେ ବନ୍ଧା ରହୁ ବିଶ୍ବ

      ଭରି ରହୁ ଜଗତେ ଶାନ୍ତି ତୃପ୍ତି ସନ୍ତୋଷ।

ହେ ନୂଆ ବରଷ ! ନୂଆ କିଛି ନେଇ ଆସ l

                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action