STORYMIRROR

Prahallad Sahoo

Abstract Action Classics

3  

Prahallad Sahoo

Abstract Action Classics

କବାଟର ଗୀତି ଗାଥା

କବାଟର ଗୀତି ଗାଥା

1 min
143

ପୁରୁଣା ହେଲେବି ସେହି କବାଟ

ମୂଲ୍ଯବୋଧତାର ମହାପରିଚାୟକ

ସେ ନୁହେଁ ଅବହେଳିତ, ସେ ବି ନୁହେଁ ନିଷ୍ପେସିତ

ନା ଥିଲା କେବେ ଦଳିତ, ନା ଆଜି ସେ ପତିତ !!!

ଏବେବି ସେ ଦାଣ୍ଡର ଧୁଳି,

     ଅର୍ଥହୀନ କଥାର ବାକ୍ ଚାତୁରି,

ନିରର୍ଥକ ଦ୍ବନ୍ଦ ଭରା ଅଯଥା କଳି,

     ଅଜଣା ଅଶୁଣା ଆଗନ୍ତୁକଙ୍କର ଅଟେ

ନିର୍ଣାୟକ ଅଭେଦ୍ୟ ଅର୍ଗଳି;

ବିନା ଅନୁମତିରେ ଡେଇଁ ଯିବାକୁ ସେ କବାଟ

କେହି କେବେ କରିନି ଦୁଃସାହସ ଅବା ଅଳି।

ସ୍ମୃତିର ଗନ୍ତାଘର ସେ ପୁରୁଣା କବାଟ

ଖୋଲିଲେ ସେ ସ୍ମୃତି ଆଶ୍ଚର୍ଯ୍ଯ ଚକିତ

ବନ୍ଦ ଅଛି ତାକୁ ବନ୍ଦ ରହିବାକୁ ଦିଅ

କାହିଁକି ବିଦାରୁଛ ସେ ପୁରୁଣା ସ୍ମୃତିକୁ

କାହିଁକି ବଖାଣୁଛ ସେ ଅଭୁଲା ଅତୀତ

କିଛି କଳଙ୍କି ଲାଗି ଯାଇଥିବ

ଆଉ କିଛି ଶାମୁକା ଗର୍ଭେ ମୁକ୍ତା ପ୍ରାୟ

ପୂର୍ଣ୍ଣମୀର ଚାନ୍ଦକୁ ଅଭିପ୍ସାରେ ପ୍ରତିକ୍ଷିତ ----

"ବଡ ଘର ବଡ ଗୁମର କଥା"

"ଗରିବ ଗୁରୁବାଙ୍କ ଯନ୍ତ୍ରଣାର ବ୍ୟଥା"

ଆଜିବି ସାଇତିଛି ତା ହୃଦୟ ତଳେ

ଚାନ୍ଦରୁ ଝରୁଥିବା ସ୍ନିଗ୍ଧ ସ୍ନାତା ମଧୁର ଜ୍ଯୋସ୍ନା

       ମୁକସାଖି ମଝି-ଭାଆର ର ବାରଣ୍ଡା,

ଓହଳି ପଡିଥିବା ଭଷା ବାଦଲର ବାରି ଧାରା

     ଚାଳରୁ ନିଗିଡି ତା ଛାତିରେ ନେଇଛି ଆଶ୍ରା,

ପର୍ବ ପର୍ବାଣୀରେ ଖିରି, ପୁରି ର ମିଠା ବାସ୍ନା

କୁନା କୁନି ପାଇଁ କଟା ଯାଇଥିବା କେକ୍ ର ଟୁକୁଡ଼ା

ଦେଇ ହାଣ୍ଡି ପିଣ୍ଡିରେ ପିଣ୍ଡ ଦାନର ମହନୀୟତା

ବିଲେଇ ବାନ୍ଧି ଶ୍ରାଦ୍ଧ ଦେବାରେ ଅପାର ପୂର୍ଣ୍ଣ୍ଯତା

ଶାମ୍ବ ଦଶମୀର ସୂର୍ଯ୍ୟଙ୍କୁ ପକ୍ବାର୍ଣ ଅର୍ଘ୍ଯର ବ୍ଯବସ୍ଥା

ବାପ, ଗୋସୁବାପ ଅମଳର ଶଂଖ, ଘଣ୍ଟ, ଘଣ୍ଟା

ଅପାସୋର ଅଭୁଲା ଅତୀତର ହସ କାନ୍ଦ ଭରା ବ୍ୟଥା 

ଏନ୍ତୁଡିଶାଳରୁ ହାଣ୍ଡିଶାଳ ଯାଏ ସେହି ମରମ ଗାଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract